Related Contents

ଲଗାଣ ବର୍ଷାରେ ଯାତାୟତ ଠପ, ବୋରିଗୁମ୍ମା – କୋଟପାଡ ଜାତୀୟ ରାଜପଥ ଭୁସୁଡ଼ୀଲା, ପୁରୁଣା ବୋରିଗୁମ୍ମା ନଦୀ ଉପରେ ୫ଫୁଟ ପାଣି

ରିପୋର୍ଟ: ମାନସ ରଞ୍ଜନ ହୋତା
ବୋରିଗୁମ୍ମା(୨୯/୦୭): ଅଭିଭକ୍ତ କୋରାପୁଟ ଜିଲ୍ଲାରେ ତିନି ଦିନ ହେବ ଲାଗି ରହି ଥିବା ଲଗାଣ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତହୋଇ ପଡ଼ିଛି । ବୋରିଗୁମ୍ମା ବ୍ଲକରେ ସମୁଦାୟ ୧୨୦.୬ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବ୍ଲକର ବିଭିନ୍ନ ନଦୀ ମାନଙ୍କର ଜଳସ୍ତର ବୃଦ୍ଧି ପାଇଛି ।

ଇନ୍ଦ୍ରାବତୀ ଅବଵାହିକାରେ ଥିବା ବ୍ଲକର ଗୋଟିଏ ମାତ୍ର ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିବା ସୁଚନା ମିଳିଛି । ସେହିପରି ବୋରିଗୁମ୍ମା-ଜଗଦଲପୁର ଯାଇଥିବା ଜାତୀୟ ରାଜପଥ ନୂଆଗାଁ ପାଖରେ ପ୍ରଚୁର ପାଣିରେ ଧୋଇ ହୋଇ ଜଗଦଲପୁର, କୋଟପାଡ଼କୁ ଯୋଗାଯୋଗ ବିଛିନ୍ନ କରିଛି । ଏବଂ ବୋରିଗୁମ୍ମା ବ୍ଲକ ପୁରୁଣା ବୋରିଗୁମ୍ମା ଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଯୋଗୁଁ ଏକ ଅସ୍ଥାୟୀ ଆପ୍ରୋଚ ରୋଡ଼ ନିର୍ମାଣ କରାଯାଇଥିଲା । ସେହି ରାସ୍ତା ଦେଇ ଯାନବାହନ ଚଳାଚଳ ହେଉଥିଲା । କିନ୍ତୁ ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଉପରେ ୫ଫୁଟ ଉପରେ ଜଳ ନିଷ୍କାସନ ହେଉଅଛି ଏବଂ ଅସ୍ଥାୟୀ ପୋଲଟି ପୁଣି ଥରେ ସମ୍ପୂର୍ଣ ଧୋଇ ହୋଇ ଯାଇଛି |

ସେଥିପାଇଁ ବ୍ଲକର ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତ ଯୋଗାଯୋଗ ବିଛିନ୍ନ ହୋଇ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଚାଷ ଜମି ଗୁଡିକ ରେ ପ୍ରବଳ ବର୍ଷା ପାଣି ମାଡ଼ି ଯାଇଥିବା ଦେଖିବାକୁ ମିଳିଛି । ବୋରିଗୁମ୍ମା ବ୍ଲକ ମଲଦା ପଞ୍ଚାୟତଠୁ କେଲାଗୁଡା କୋଈଲରି ନଦୀ ଉପରେ ପ୍ରବଳ ବର୍ଷା ଜଳ ପ୍ରଭହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଏବଂ ସେହି ନଦୀ ଅତିକ୍ରମ କରୁଥିବା ସମୟରେ ଏକ ପିକଅପ ଭ୍ୟାନ୍ ଶୁଅରେ ଭାସି ଯାଇଛି । ଡ୍ରାଇଭର ଜଣକ ପହଁରି ପହଁରି କୂଳକୁ ଲାଗିଥିବା ବେଳେ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଉଛି ।

ବୋରିଗୁମ୍ମା ବ୍ଲକ ବିଡିଓ ପ୍ରଣୟ ରଞ୍ଜନ ବେହେରା ସ୍ଥିତି ସମୀକ୍ଷା କରିଥିବା ବେଳେ ବ୍ଲକ ପ୍ରଶାସନ ସଜାଗ ହୋଇ ରହିଚି ବୋଲି କହିଛନ୍ତି ଏବଂ ବର୍ଷା ଛାଡିବା ପରେ ପରେ ଲୋକଙ୍କ କଣ କ୍ଷୟ କ୍ଷତି ହୋଇଛି ତାର ତର୍ଜମା କରି କ୍ଷତି ପୁରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Comments are closed.