Friday, March 29, 2024

Top 5 This Week

Related Posts

ମାଁ ମାର୍କମା +୩ ମହାବିଦ୍ୟାଳୟରେ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳିତ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୧୩/୦୮) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଳକରେ ତା ୧୨/୦୮/୨୦୨୨ ରିଖରେ କାର୍ଗିଲି ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ମାଁ ମାର୍କମା +୩ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଭା ର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ (NCC) ଅଫିସର ତଥା ଅଧ୍ୟକ୍ଷ କ୍ୟାପଟେନ୍ ବି. ରବିଶଙ୍କର ସଭାପତିତ୍ୱ କରିଥିଲେ। ମାଁ ମାର୍କମା +୩ ମହାବିଦ୍ୟାଳୟ ଯୁକ୍ତ ୩ ର NSS ଅଫିସର ଡକ୍ଟର ଅଶ୍ୱିନୀ କୁମାର ପଣ୍ଡା, ଶ୍ରୀ ନିରଞ୍ଜନ ପାଢୀ ଓ ଶ୍ରୀମତୀ ଦୀପ୍ତିରାଣୀ ମିଶ୍ର ପରିଚାଳନା କରିଥିଲେ । ସଭା ଶେଷରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇଥିବା ସଂଗ୍ରାମୀ ମାନଙ୍କ କୃତିତ୍ୱ କୁ ଭିଡିଓ ମାଧ୍ୟମରେ ଦେଖାଯାଇଥିଲା ।

ଏହି ଅବସରରେ ପୂର୍ବତନ NSS ଅଧିକାରୀ ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କଳା ଓ ବିଜ୍ଞାନ ସ୍ରୋତ ର ୨୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ପରାମର୍ଶ ଦିଆଯାଇଥିଲା ।

Popular Articles