Friday, March 29, 2024

Top 5 This Week

Related Posts

ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଦ୍ଵାରା ଏକ ସାପ୍ତାହିକ ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, ତା.(୧୨/୦୮) : ଆଜାଦି କା ଅମ୍ରିତ ମହୋତ୍ସବ ଆନୁକୂଲ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଦ୍ଵାରା ଏକ ସାପ୍ତାହିକ ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମ ଗତ ୧୧/୦୮/୨୨ ରିଖ ଦିନ ଆୟୋଜନ କରାଯାଇଛି l

ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଦ୍ଵାରା ଏଥିରେ ପେନସନର ଦିବସ ସହିତ ଉପଭୋକ୍ତା ସଭା ଆୟୋଜନ କରା ଯାଇଥିଲା l ବିଭିନ୍ନ ବାଣିଜ୍ୟିକ ଅନୁଷ୍ଠାନ, ସ୍କୁଲ କଲେଜ ସହିତ ବ୍ୟାଙ୍କିଙ୍ଗ ସେବାର ସଂଯୋଗୀକରଣ ସହ ବ୍ୟାଙ୍କ ଉତ୍ପାଦ ର ଆବଶ୍ୟକତା ଓ ଅର୍ଥନୀକ ବିକାଶ ବିଷୟରେ ଅବଗତ କରାଯାଇଛି l ଡାକ୍ତର ଓ ଅନ୍ୟ ପ୍ରଫେସନାଲ ସହ ସରକାରୀ ବିଭାଗ ର ପଦସ୍ଥ ଅଧିକାରୀ ସହ ସମନ୍ୱୟ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଥିଲା l

ସର୍ବ ଶେଷରେ SBI କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ମୁଖ୍ୟ ଶାଖା ତରଫରୁ ଏକ ରାଲି ର ଆୟୋଜନ କରାଯାଇଛି l ଏହା ମୁଖ୍ୟ ଶାଖା ପରିସର ରୁ ଆରମ୍ଭ କରାଯାଇ ରାୟଗଡ଼ା ଡେଲି ମାର୍କେଟ ପରିକ୍ରମା କରାଯାଇଥିଲା l ଏହାର ଉଦ୍ଦେଶ୍ୟ SBI ର ବିଭିନ୍ନ ଜମା ଓ ନିବେଶ ଲାଭ ବିଷୟରେ ଜନ ସାଧାରଣ ପାଖରେ ପହଞ୍ଚାଇବା l ଏହି କାର୍ଯ୍ୟକ୍ରମ କ୍ଷେତ୍ରୀୟ ପ୍ରବନ୍ଧକ ରାଜେନ୍ଦ୍ର ନାରାୟଣ ସାହୁ ସହ ଶାଖା ର ମୁଖ୍ୟ ପରିଚାଳକ ସରୋଜକାନ୍ତ ବେହେରା ଅନ୍ୟ ଅଧିକାରୀ ମୁଖ୍ୟ ପରିଚାଳକ ମନୋଜ ବେହେରା ମୁଖ୍ୟ ପରିଚାଳକ ତୁଳସୀ ଦାସ ପାଢ଼ୀ ଦେବେନ୍ଦ୍ର ବାଉରୀ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles