Advertisements
Sunday, May 31, 2020
Home Children Issue ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଏବଂ ମାତୃ କର୍ମଶାଳା ଅନୁଷ୍ଠିତ

ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଏବଂ ମାତୃ କର୍ମଶାଳା ଅନୁଷ୍ଠିତ

ରିପୋର୍ଟ: ଲୋକନାଥ ସାହୁ
ଗୁଡାରି (୨୮/୦୭): ଗୁଡାରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗତ ଦୁଇ ଦିନ ଧରି ଜ୍ଞାନ ବିଜ୍ଞାନ ମେଳା ଏବଂ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜ୍ଞାନ ବିଜ୍ଞାନ ମେଳାରେ ପ୍ରାୟ ୬୮ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବିଚାରକ ଭାବେ ସରକାରି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଗୋବିନ୍ଦ ରାଓ,ସନ୍ତୋଷ ତୁଳ,ରବୀନ୍ଦ୍ର ବେହେରା ଏବଂ ଅଜିତ ହରିପାଲ ସମସ୍ତ ପ୍ରକଳ୍ପ ବୁଲି ଦେଖିଥିଲେ । ସେହିପରି ଆଜି ମାତୃ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଏଥିରେ ପ୍ରାୟ ୬୦ଜଣ ଅଭିଭାବିକା ମାନେ ଯୋଗଦେଇଥିଲେ । ଗୁଡାରି ତହସିଲଦାର ସୁଶ୍ରୀ ଭାରତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପରିଚାଳନା କମିଟିର ସଭାପତି ମମତା ଚାଲାଣ ଏବଂ ସମ୍ପାଦକ ବିଷ୍ଣୁ ଦେଓ ମଧ୍ୟ ଏହିକାର୍ଯ୍ୟରେ ଯୋଗଦେଇଥିଲେ । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଦିଲୀପ କୁମାର ସାହୁ ଶିଶୁ ବାଟୀକାର ଉଦ୍ଦେଶ୍ୟ, ଶିକ୍ଷାରସଂସ୍କାର,ଶାରିରିକ,ମାନସିକ,ବୌଦ୍ଧିକ,ଆତ୍ମିକ ବିକାଶ ଉପରେ ବୁଝାଇ ଥିଲେ। ଅଭିଭାବିକା ମାନଙ୍କ ସହ ଗୁରୁମା ମାନେ ବିଭିନ୍ନ ପ୍ରକାର ନାଚଗୀତ ଏବଂ ବିଭିନ୍ନ ପ୍ରକାର ଅନୌପଚାରିକ ଶିକ୍ଷାକୁ କାର୍ଯ୍ୟକ୍ରମରେ ବିନିଯୋଗ କରିଥିବା ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସାହୁ କହିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: