Thursday, March 28, 2024

Top 5 This Week

Related Posts

ହୀରାକୁଦ ଡ୍ୟାମ ର ଆଉ ୪ ଟି ଗେଟ୍‌ ଖୋଲିଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୨/୦୮) : ହୀରାକୁଦ ଡ୍ୟାମ ର ଆଜି ଖୋଲିଲା ୪ ଟି ଗେଟ୍ । ଗତକାଲି ୧୦ ଟି ଗେଟ୍ ଖୋଲିଥିବା ବେଳେ ଆଜି ୪ ଟି ମିଶି ମୋଟ ୧୪ ଟି ଗେଟ୍ ଖୋଲାଯାଇଛି ।

ହୀରାକୁଦ ଡ୍ୟାମ ର ମୋଟ ୧୪ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଡ୍ୟାମ ର ଜଳ ପତ୍ତନ କ୍ରମାଗତ ବୃଦ୍ଧି ପାଉଥିବାରୁ ଆଗକୁ ଆହୁରି ଅଧିକ ସଂଖ୍ୟକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି । ଏବେ ଡ୍ୟାମକୁ ୩,୯୭,୪୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଏବେ ଜଳଭଣ୍ଡାରରେ ଜଳସ୍ତର ୬୧୫.୭ ଫୁଟ୍ ରହିଛି ।

ଗତକାଲି ଜଳଭଣ୍ଡାରରେ ୨ଟି ପର୍ଯ୍ୟାୟରେ ୧୦ ଟି ଗେଟ୍ ଖୋଲାଯାଇଥିଲା । ପ୍ରଥମେ ଦିନ ୧୧ ଟାରେ ୫ ଟି ଏବଂ ଅପରାହ୍ଣ ୩ ଟାରେ ଆଉ ୫ ଟି ଗେଟ୍ ଖୋଲାଯାଇଥିଲା । ଛତିଶଗଡ଼ ଓ ମହାନଦୀ ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦକୁ ଅଧିକ ପାଣି ଆସିଥିଲା । ଫଳରେ ଡ୍ୟାମ ର ଜଳପତ୍ତନ ବୃଦ୍ଧି ପାଇଥିଲା ।

Popular Articles