Related Contents

ବୈପାରୀଗୁଡାରେ ୧୭୫ମିମି ଛୁଇଁଲା ବର୍ଷା, ଚିନ୍ତାରେ ଗରିବ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୯/୦୭): ଆଜି ସକାଳ ୮ଟା ସୁଦ୍ଧା ବୈପାରୀଗୁଡାରେ ୧୭୫ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଆଗକୁ ଆହୁରି ବର୍ଷା ସମ୍ଭାବନା ଥିବରୁ ଗରିବ ବେପାରୀ ଚିନ୍ତାରେ | ଗତ ତିନିଦିନ ହେବ ଲଗାଣବର୍ଷା ଲାଗିରହିଥିବା ବେଳେ ଆଜି ସକାଳ ୮ଟା ସୁଦ୍ଧା ୧୭୫ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସ୍ଥାନୀୟ ତହସିଲଦାର ସଂଜୀବ କୁମାର ସାହୁ ପ୍ରକାଶ କରିଛନ୍ତି |

ଲଗାଣ ବର୍ଷା ସାଙ୍ଗକୁ କଳାମେଘ ଢାଙ୍କିବା ସହ ସୁଲୁସୁଳିଆ ପବନ ଏହି ଅଂଚଳରେ ଲୋକଙ୍କୁ ବାହାରକୁ ବାହାରିବା ମୁସ୍କିଲ କରିଛି | ସେପଟେ ରାସ୍ତା କଡ଼ରେ ବସିଥିବା ପରିବା ବେପାରୀ ସହ ଉଠା ଦୋକାନୀଙ୍କ ବେପାରରେ ବାଧା ସୃଷ୍ଟି କରିଛି ଲଗାଣ ବର୍ଷା | ଛୋଟ ଛୋଟ ପିଲାଙ୍କୁ ସ୍କୁଲ ଯିବା ଆସିବା କଷ୍ଟକର ହେଉଥିବା ସହ ବୟସ୍କ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ପ୍ରତି ଖରାପ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି |

ଏଥିରେ କର୍ମଜୀବି ମହିଳା ଓ ପୁରୁଷଙ୍କ ସହ ସରକାରୀ ବେସରକାରୀ କର୍ମଚାରୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାରେ ବାଦ ପଡ଼ିନାହାନ୍ତି ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଉକ୍ତ ଅଂଚଳରେ ଗରିବ ଶ୍ରେଣୀର କୁଲି ମଜୁରିଆଙ୍କ ଚିନ୍ତା ବଢ଼ି ଥିବାବେଳେ ଜରୁରୀ କାଳିନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସଜାଗ ଅଛନ୍ତି ବୋଲି ସ୍ଥାନୀୟ ତହସିଲଦାର ସଂଜୀବ କୁମାର ସାହୁ ପ୍ରକାଶ କରିଛନ୍ତି |

Comments are closed.