Related Contents

ବିଜେପୁରରେ ବିଜେଡିର ଗଡ ଦଖଲ-୪୧୯୩୩ ଭୋଟରେ ବ୍ୟବଧାନରେ ପରାସ୍ତ ବିଜେପି-ଅଧିକ କ୍ଷତିଗ୍ରସ୍ତ କଂଗ୍ରେସ

ବିଜେପୁରରେ ବିଜେଡିର ପ୍ରାର୍ଥୀ ରୀତା ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧୯୩୩ ଭୋଟରେ ବ୍ୟବଧାନରେ ପରାସ୍ତ କରି ବିଜେପୁର ଗଡ ହାତେଇଛନ୍ତି । ମୋଟ ୨୧ ରାଉଣ୍ଡ ଭୋଟ ଗଣତି ପରେ ବିଜେପୁର ବାଜି ଜିତିଛି ବିଜେଡି । ଏହି ବିଜୟ ସହ ପୁଣିଥରେ ଦୀର୍ଘ ୧୪ ବର୍ଷ ପରେ ବିଜେପୁର ଗଡ ଦଖଲ କରିଛି ବିଜେଡି । ବିଜେପୁରରେ ବିଜେଡିର ବିଜୟ ପରେ ଦଳୀୟ ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ । ଆଉ ଏହାର ପୂରା ଶ୍ରେୟ ନବୀନଙ୍କୁ ଦେଇଛନ୍ତି ଦଳୀୟ ପ୍ରାର୍ଥୀ ରୀତା । ବିଜେପୁର ବିଜୟ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିଲା । ୨୦୧୯ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଜେପୁର ନିର୍ବାଚନକୁ ବିଜେଡି ଜିତି ଆଗାମୀ ସାଧାରଣ ନିର୍ବାଚନ ପାଇଁ ପୁନାଦି ଖୋଳିଛି । ଏହି ବିଜୟ ସହ ଓଡ଼ିଶା ଦଖଲ କରିବାକୁ ସ୍ୱପ୍ନ ଦେଖୁଥିବା ବିଜେପିକୁ ଜବରଦସ୍ତ ଝଟକା ଦେଇଛି ବିଜେଡି । ନବୀନଙ୍କୁ ହୋଇଥିବା ଚପଲ ମାଡ ଯୋଗୁଁ ବିଜେଡି ଅନୁକମ୍ପା ଭୋଟ ହାତେଇବାରେ ବିଜେଡି ସକ୍ଷମ ହୋଇଛି ବୋଲି ଚର୍ଚ୍ଚା ହେଉଛି ।

ବିଜେପୁର ନିର୍ବାଚନର ଫଳାଫଳଦଳକୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ କରିଛି । ଲଗାତାର ତିନି ତିନି ଥର ବିଜୟ ସହ କଂଗ୍ରେସର ଗଡ କୁହାଯାଉଥିବା ବିଜେପୁର ବିଜେଡି ହାତକୁ ଚାଲି ଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସର ପକେଟ ଭୋଟ ମଧ୍ୟ ବିଜେଡି ଆଡକୁ ଢଳିଥିବା ଚର୍ଚ୍ଚା ହେଉଛି । ସୁବଳ ସାହୁଙ୍କ ଉପରେ ବିଜେପୁରବାସୀ ଯେଉଁଭଳି ଭାବେ ଭରସା କରିଥିଲେ ତାହା ପ୍ରଣୟଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ । ଏସବୁ ଭିତରେ ବିଜେଡ଼ିର ବିଜୟ ରାଜ୍ୟ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ଚର୍ଚ୍ଚା ହେଉଛି ।

Comments are closed.