ତ୍ରିରଙ୍ଗା ରଙ୍ଗ ର ରାକ୍ଷୀ ବାନ୍ଧିଲେ ଛାତ୍ର ଛାତ୍ରୀ

0
136
ତ୍ରିରଙ୍ଗା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା-(୧୨/୦୮) : ଗୁରୁବାର ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ତରଫରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନେ ଦେଶ ର ପ୍ରକୃତ ରକ୍ଷକ ସାଜିଥିବା ସି.ଆର.ପି.ଏଫ. ର ଯବାନ ମାନଙ୍କୁ ୪ର୍ଥ ବଟାଲିଅନ ପରିସରରେ ତ୍ରିରଙ୍ଗା ରଙ୍ଗ ର ରାକ୍ଷୀ ବାନ୍ଧିଥିଲେ ।

ଡାକ୍ତର, ନର୍ସ, ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଓ ପୋଲିସ କର୍ମଚାରୀ ମାନଙ୍କୁ ଜିଲ୍ଲା ସଦର ଥାନା ପରିସରରେ ରାକ୍ଷୀ ବାନ୍ଧିଥିଲେ । ଏହା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ଙ୍କ ନିକଟକୁ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ସହ ତ୍ରିରଙ୍ଗା ରଙ୍ଗ ର ରାକ୍ଷୀ ପଠାଇଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

୩୦୦ ରୁ ଅଧିକ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ନିଜ ହାତରେ ଜାତୀୟ ପତାକା ର ତିନି ରଙ୍ଗ ର ରାକ୍ଷୀ ତିଆରି କରି ରକ୍ଷାବନ୍ଧନ ର ପ୍ରକୃତ ମହତ୍ତ୍ୱ କୁ ପ୍ରତିପାଦନ କରିବାର ପ୍ରୟାସ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଏହି ପ୍ରୟାସ କୁ ବିଦ୍ୟାଳୟ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ରଥ ଓ ୪ର୍ଥ ବଟାଲିଅନ ର କମାନଡେଣ୍ଟ ଭୁୟସୀ ପ୍ରଶଂସା କରିବା ସହ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।