Thursday, March 28, 2024

Top 5 This Week

Related Posts

କଂଗ୍ରେସ ପକ୍ଷରୁ ସ୍ୱାଧୀନତା ର ଗୌରବର ପଦଯାତ୍ରା ଅନୁଷ୍ଠିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୮) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତ୍ୟାଗ ଓ ବଳିଦାନ ର ୭୫ ବର୍ଷ ଉପଲକ୍ଷେ ଜିଲ୍ଲା କଂଗ୍ରେସ କମିଟି ସହାୟତାରେ ବ୍ଲକ କଂଗ୍ରେସ ପକ୍ଷରୁ ସ୍ୱାଧୀନତା ର ଗୌରବର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ପଦଯାତ୍ରାରେ ପ୍ରଦେଶ କଂଗ୍ରେସ ଦଳ ର ସଭାପତି ଶରତ ପଟ୍ଟନାୟକ ଙ୍କୁ ଆହ୍ୱାନ କ୍ରମେ ବ୍ଲକ ର ଶିକରପାଇ ବୁଡ଼ାଗୁଡାଦେଇ କଲ୍ୟାଣସିଂହପୁର ପର୍ଯ୍ୟନ୍ତ ସଦର ମହକୁମା ଠାରେ ବିଭିନ୍ନ ସ୍ଲୋଗାନ ଦେଇ ପଦଯାତ୍ରା କରିଛନ୍ତି । ଏହାପରେ ସ୍ଥାନୀୟ ବଡଦାଣ୍ଡ ଠାରେ ଏକ ବୈଠକ ଅନୁଷ୍ଠିତ କରିଥିଲେ ।

ଅଗଷ୍ଟ ୯ ତାରିଖ କ୍ରାନ୍ତୀ ଦିବସ ଠାରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳରେ ପଦଯାତ୍ରା କରାଯିବ ବୋଲି କଂଗ୍ରେସ ପକ୍ଷରୁ ଜଣାପଡିଛି । ଉପସ୍ଥିତ ଥିବା ଅତିଥିମାନେ ତ୍ୟାଗ ଓ ବଳିଦାନ ଦେଇଥିବା ସଂଗ୍ରାମ ବିଷୟରେ ଅଭିଭାଷଣ ଦେଇଥିଲେ ।

ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗି ର ପୂର୍ବତନ ବିଧାୟକ ରାମ କାଡ଼ାମ, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ବିଜୟ ଗମାଙ୍ଗ, ବିଷମ କଟକ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ନୀଳମାଧବ ହିକକା, ବିଷମକଟକ ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ନୀଳମାଧବ ଉଲ୍ଲାକା, କୋଲନରା ବ୍ଲକ ର ପ୍ରଦେଶ କଂଗ୍ରେସ କମିଟି ର ସଭ୍ୟ ଜଗନ୍ନାଥ ପଣ୍ଡା, ସ୍ଥାନୀୟ ବ୍ଲକ ସଭାପତି କୋଟା ସୁରିୟା ରାଓ, ବ୍ଲକ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ଜିଲ୍ଲା ଏସ ସି ସେଲ ର ଉପ ସଭାପତି ଚିତ୍ତରଞ୍ଜନ ଗାଣ୍ଟ।, ବରିଷ୍ଠ ନେତା ଚିନ୍ତାଲି ନାଗେଶ୍ୱର ରାଓ, ପୂର୍ଣ୍ଣଚନ୍ଦ୍ର କରକରିଆ, ଯୁବ କଂଗ୍ରେସ ଜିଲ୍ଲା ଉପସଭାପତି ଅଶ୍ୱିନୀ ଚୌହ୍ୱାନ, ସମ୍ପାଦକ ଦିଲୀପ ମହାନନ୍ଦିଆ, ବ୍ଲକ ଯୁବ କଂଗ୍ରେସ ର ସଭାପତି କିରଣ କୁମାର ରତ୍ନାଲୁ, ସମ୍ପାଦକ ସନ୍ତୋଷ ନାୟକ, ପ୍ରହ୍ଲାଦ କନ୍ଧପାଣି, ସାଧୁରାମ ପାଲକିଆ ପ୍ରମୁଖ ମଞ୍ଚାସିନ ରହିଥିଲେ । ବର୍ଷା ହେବା ସତ୍ତ୍ୱେ ପ୍ରାୟ ଦୁଇ ଶହରୁ ଅଧିକ ମହିଳା ପୁରୁଷ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ ।

Popular Articles