ଧର୍ମଗଡରେ ମେଗା ଡାକ ମେଳା ଅନୁଷ୍ଠିତ

ରିପୋର୍ଟ: ଯୁବରାଜ ଅଗ୍ରୱାଲ
ଧର୍ମଗଡ (୨୮/୦୭): କଳାହାଣ୍ଡି ଜିଲ୍ଳା ଧର୍ମଗଡରେ ତା:୨୮.୦୭.୨୦୧୯ ରବିବାର ୧୧ ଘଟିକା ସମୟରେ ସ୍ଥାନୀୟ ପଞ୍ଚାୟତ କଲେଜରେ ଏକ ମେଗା ଡାକ ମେଳା ବୈଠକ ଅନୁଷ୍ଠିତ ହୋଇଯାଇଛି | ସରକାରଂକ ଏକ ବହୁ ପୁରାତନ ସେବା ପୋଷ୍ଟଅଫିସ, ହେଲେ ଆଜିକାଲି ଲୋକେ ପୋଷ୍ଟ ଅଫିସକୁ ଭୁଲିବାରେ ଲାଗିଲେଣି |

ଚିଠି ପତ୍ର ପଠାଇବା ବନ୍ଦ କରିଦେଲେଣି | ଯେମିତି ଲୋକେ ପୋଷ୍ଟଅଫିସ ମୁହାଁ ହୁଅନ୍ତୁ ଏହି ଉଦେଶ୍ୟରେ ଆଜି ଏକ ବୈଠକର ଆୟୋଜନ ହୋଇଥିଲା | ଉକ୍ତ ବୈଠକରେ ପଦ୍ମନାଭ ଦାସ କଳାହାଣ୍ଡି ଡାକ ଭିଭାଗ ର ସୁପେରିଟେଣ୍ଡ ଉପସ୍ଥିତ ହୋଇ ପୋଷ୍ଟ ଅଫିସର ସଦସ୍ୟ ମାନଙ୍କୁ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ | ଲୋକ ମାନେ କେମିତି ବିଭିନ୍ନ ଯୋଜନାର ଫଳ ପାଇବେ, ଘର ଲୋନ, ଗାଡି ଲୋନ ପାଇବେ, ଯୋଉ ଗାଁ ଗଣ୍ଡାରେ ବ୍ୟାଙ୍କ ନାହିଁ ଲୋକ ମାନେ ତାଙ୍କ ପଇସା ସହର ବ୍ୟାଙ୍କକୁ ନ ଯାଇ ପୋଷ୍ଟଅଫିସରେ ସଂଚୟ କରିପାରିବେ, ଜୀବନ ବୀମା କରିପାରିବେ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା | ଉକ୍ତ ବୈଠକରେ ଧର୍ମଗଡ ଆଖପାଖର ବହୁ ପୋଷ୍ଟଅଫିସର କର୍ମ କର୍ତା ଯୋଗ ଦେଇଥିଲେ |

Comments are closed.