Friday, March 29, 2024

Top 5 This Week

Related Posts

ନୂତନ ସାପ୍ତାହିକ ହାଟ ଉଦ୍ଘାଟିତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୦/୦୮) : ବୌଦ୍ଧ ଜିଲ୍ଲା ର ବଣପାହାଡ଼ ଘେରା ସବୁଜ ସୁନ୍ଦର ପରିବେଶ ଆଡ଼େଣି ଗଡ଼ ପଞ୍ଚାୟତ ।

ଏହି ପଞ୍ଚାୟତ ର ସରପଞ୍ଚ ଙ୍କ ସୁଚିନ୍ତିତ ମତାମତରେ ପ୍ରଥମ କରି ସାପ୍ତାହିକ ବୁଧବାର ହାଟ ର ଶୁଭାରମ୍ଭ ହୋଇଛି । ସରପଞ୍ଚ ଅଜିତ ପ୍ରଧାନ, ସମିତି ସଭ୍ୟା ପପିନା କହ୍ନର ଏହି ହାଟକୁ ଶୁଭ ଉଦ୍ଘାଟନ କରିଥିଲେ । ଏହି ପଞ୍ଚାୟତ ରୁ ପ୍ରାୟ ୧୦ କିମି ଗଲେ ଲୋକେ ପନିପରିବା ଓ ହାଟ ବଜାର କରନ୍ତି । ଏହି ସାପ୍ତାହିକ ହାଟ ପାଇଁ ଆଜି ଏହି ପଞ୍ଚାୟତବାସୀ ବେଶ ଖୁସି ଅଛନ୍ତି ।

Popular Articles