Related Contents

ତୁରେକେଲା ଥାନା ବୁଢ଼ିବାହାଲି ଗାଁରେ ମାଓ ବ୍ୟାନର

ବଲାଙ୍ଗୀର (୨୭/୦୭): ଆସନ୍ତା ୨୮ରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିବେ ବୋଲି ଜଣାପଡିଛି | ଏନେଇ ଆଜି ତୁରେକେଲା ଥାନା ବୁଡ଼ିବାହାଲ ଗ୍ରାମର ରାସ୍ତାକଡ଼ର ଏକ ଗଛରେ ବ୍ୟାନର ମାରି ସହିଦ ସପ୍ତାହ ପାଳନ କରିବାକୁ କୁହାଯାଇଛି ।

ଏଥିରେ ସଂଗଠନ ପାଇଁ ଜୀବନ ଦେଇଥିବା କ୍ୟାଡରଙ୍କ ବଳିଦାନ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ବି ବି ଏମ ଡିଭିଜନାଲ କମିଟି ସିପିଆଇ(ମାଓବାଦୀ) ପକ୍ଷରୁ କୁହାଯାଇଛି । ମାଓ ବ୍ୟାନର ସମ୍ପର୍କରେ ଖବର ପାଇ କଣ୍ଟାବାଞ୍ଜି ଏସଡ଼ିପିଓ ସରୋଜ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ଅସ୍ବୀକାର କରିବା ସହ ତାହା କୌଣସି ସୋସିଆଲ ମିଡ଼ିଆ ଗୁପରେ ବୁଲୁଥିବା ସେ କହିଛନ୍ତି । ସେ ଯାହା ବି ହେଉ ଆସନ୍ତା କାଲିଠାରୁ ମାଓବାଦୀମାନେ ଗାଁ ଗାଁରେ ସହିଦ ସପ୍ତାହ ପାଳନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଯାହାକୁ ନେଇ ସୀମାନ୍ତ ଅଞ୍ଚଳରେ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିବା ଜାଣିବାକୁ ମିଳିଛି । ।

Comments are closed.