Related Contents

କଲ୍ୟାଣିନଦୀର ଅସ୍ଥାୟୀ ପୋଲ ଧୋଇ ଯିବାରୁ ୫ ପଞ୍ଚାୟତକୁ ଯାତାୟତ ବିଚ୍ଛିନ୍ନ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର(୨୭/୭): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମା ନିକଟରେ ଲଗାଣ ବର୍ଷା ଯୋଗୁଁ କଲ୍ୟାଣି ନଦୀର ଅସ୍ଥାୟୀ ପୋଲ ଧୋଇ ହେଲା । ଯାହା ଫଳରେ ପାଞ୍ଚ ଗୋଟି ପଞ୍ଚାୟତ ଲୋକମାନେ ହନ୍ତସନ୍ତ ହେବାର ଦେଖିବାକୁ ମିଳୁଥିବା ବେଳେ ସ୍କୁଲ ଯିବା ଆସିବା କରିବା ନିମନ୍ତେ ବହୁ ଅସୁବିଧା ହୋଉଅଛି ।

ସେହି କଲ୍ୟାଣି ନଦୀର ଅସ୍ଥାୟୀ ପୋଲ ଦେଇ ପାରସାଳି, ସୁନାଖଣ୍ଡି, ପୋଲମା, ପୂଜାରୀଗୁଡା ଓ ମାଝୀଗୁଡା ପଞ୍ଚାୟତର ଲୋକ ମାନେ ଯିବା ଆସିବା କରୁଥିବାବେଳେ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁଁ କଲ୍ୟାଣି ନଦୀ ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି | ଗତ ବନ୍ୟାରେ ସ୍ଥାୟୀ ପୋଲକୁ ଭସେଇ ନେଇ ଯିବାରୁ ପାଞ୍ଚ ଗୋଟି ପଞ୍ଚାୟତର ଲୋକ ମାନେ ବହୁତ ଅସୁବିଧା ହୋଉଥିବା ନେଇ କଲ୍ୟାଣି ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା | ସେହି ଅସ୍ଥାୟୀ ପୋଲକୁ ଗତକାଲି ଲଗାଣ ବର୍ଷା ଯୋଗୁଁ ପୋଲ ଧୋଇ ହୋଇଯିବାରୁ ପାଞ୍ଚଟି ପଞ୍ଚାୟତର ଗର୍ଭବତୀ ମହିଳାଙ୍କ ସମେତ ପାଠ ପଢ଼ାରେ ବଜାର କରିବାରେ ଅସୁବିଧା ହେଉଥିଲେ ମଧ୍ୟ କୌଣସି ପ୍ରଶାସନ କିମ୍ବା ରାଜନୈତିକ ନେତାଙ୍କର ମଧ୍ୟ ନଜରରେ ଦିଶୁ ନ ଥିବା ଜଣାପଡୁଛି । ସରକାର କହୁଛି ରାସ୍ତା ଘାଟ ସବୁ ଠିକ ଅଛି ହେଲେ କଲ୍ୟାଣସିଂହପୁର ବ୍ଲକ ସଦରମହକୁମା ନିକଟରେ ସରକାର ଦେଖୁଛି ରାଜନୈତିକ ନେତା ମାନେ ମଧ୍ୟ ଦେଖୁଛନ୍ତି ହେଲେ କାହାମନରେ ଲୋକଙ୍କ ଉପରେ ଦୟାର ଚିନ୍ତା ନାହିଁ ।

Comments are closed.