ବିଶିଷ୍ଟ ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ଦେହାନ୍ତ

0
223
ବିଶିଷ୍ଟ ସଂଳାପ ଲେଖକ

ରିପୋର୍ଟ : ରାମନାଥ ଗନ୍ତାୟତ
କଟକ, (୧୦/୦୮) : ଓଡ଼ିଆ ସିନେ ଜଗତରେ ଘୋଟି ଯାଇଛି କଳାବାଦଲ । ଆଜି ଆଖି ବୁଜିଛନ୍ତି ଓଲିଉଡ ର ଆଉ ଜଣେ କିମ୍ବଦନ୍ତୀ । ବିଶିଷ୍ଟ ସଂଳାପ ଲେଖକ ରଣଜିତ ପଟ୍ଟନାୟକ ଆଜି କଟକ ସିଡିଏ ସ୍ଥିତ ନିଜ ବାସଭବନରେ ପ୍ରାଣତ୍ୟାଗ କରିଛନ୍ତି ।

ଦୀର୍ଘଦିନ ଧରି ଲିଭର ଜନିତ ରୋଗରେ ପୀଡିତ ଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ଘଟିଛି । ମିଳିଥିବା ସଦ୍ୟ ରିପୋର୍ଟ ଅନୁଯାୟୀ, ଆଜି ଆଉ ଜଣେ ବିଶିଷ୍ଟ କିମ୍ବଦନ୍ତୀଙ୍କୁ ହରାଇଛି ଓଲିଉଡ ଜଗତ । ବିଭିନ୍ନ ସିରିଏଲ ତଥା ଅନେକ ଚଳଚ୍ଚିତ୍ରରେ ସଂଳାପ ଲେଖି ସାରା ଓଡ଼ିଆ ସିନେପ୍ରେମୀଙ୍କ ପାଖରେ ପହଞ୍ଚି ପାରିଥିଲେ ରଣଜିତ ପଟ୍ଟନାୟକ । ଦୀର୍ଘ ଦିନରୁ ଲିଭର ଜନିତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ ବିଶିଷ୍ଟ ସଂଳାପ ଲେଖକ ରଣଜିତ । ତେବେ ଆଜି କଟକସ୍ଥିତ ତାଙ୍କ ବାସଭବନରେ ସେ ପ୍ରାଣତ୍ୟାଗ କରିଛନ୍ତି ।

ସୁନ୍ଦରଗଡ଼ ର ସାଲମାନ ଖାନ, ହିରୋ ନମ୍ବର ୧, ମତେ ତ ଲଭ ହେଲାରେ ଭଳି ଅନେକ ହିଟ ଫିଲ୍ମରେ ସଂଳାପ ଲେଖି ସେ ଓଡିଶାବାସୀଙ୍କ ହୃଦୟକୁ ଛୁଇଁ ପାରିଥିଲେ । ତେବେ ଆଜି ତାଙ୍କ ମୃତ୍ୟୁରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଲିଯାଇଛି । ନିକଟରେ ଭେଟେରାନ ଅଭିନେତା ମିହିର ଦାସ ଏବଂ ରାଇମୋହନ ପରିଡାଙ୍କ ମୃତ୍ୟୁରେ କାନ୍ଦିଥିଲା ସାରା ଓଡ଼ିଶା । ଏବେ ରଣଜିତ ପଟ୍ଟନାୟକଙ୍କ ମୃତ୍ୟୁକୁ ସହଜରେ ହଜମ କରି ପାରିନାହାଁନ୍ତି ଓଡ଼ିଆ ସିନେପ୍ରେମୀ ।