କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ

0
173
କଳାହାଣ୍ଡି ଜିଲ୍ଲାରେ ଲଗାଣ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧୦/୦୮) : କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଜନ ଜୀବନ ବେହାଲ ହୋଇଛି । ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା କୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥ ର ବସୁଲ ଓ ବଣ୍ଡାକୁଟୁରା ମଝିରେ ଥିବା ହାଲେର ଜୋର ନାଳରେ ବର୍ତ୍ତମାନ ଏକ ସ୍ଥାୟୀ ପୋଲ ନିର୍ମାଣ କରାଯାଉଅଛି ।WhatsApp Image 2022 08 10 at 8.49.18 AM କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ

କିନ୍ତୁ କିଛି ଦିନ ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଦୁଇ ଦୁଇ ଥର ଆପ୍ରୋଚ ରୋଡ଼ ବା ଅସ୍ଥାୟୀ ପୋଲ ଭାଙ୍ଗିଯାଇ ଧୋଇ ହୋଇ ଯାଇଥିଲା । କଳାହାଣ୍ଡିରେ ଲଗାଣ ବର୍ଷା ଯୋଗୁଁ ଗତ ସନ୍ଧ୍ୟା ଠାରୁ ଅସ୍ଥାୟୀ ପୋଲ ଉପରେ ୩ ରୁ ୪ ଫୁଟ ପାଣି ପ୍ରବାହିତ ହେଉଥିବା ଦ୍ୱାରା ଯାନବାହନ ଚଲାଚଳରେ ବାଧା ସୃଷ୍ଟି ହେଉଛି ।

କିଛି ଦିନ ପୂର୍ବରୁ ଗମନାଗମନ ର ସୁବିଧା ଦୃଷ୍ଟିରୁ ଯୁଦ୍ଧ କାଳୀନ ଭିତ୍ତିରେ ଏହି ନାଳ କୁ ଦୁଇ ଦୁଇ ଥର ମରାମତି କରାଯାଇ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇ ଥିଲା, କିନ୍ତୁ ଆଜି ସେହି ପୋଲ ପୁଣି ଲଗାଣ ବର୍ଷା ଯୋଗୁଁ ଧୋଇ ହେବାକୁ ବସିଲାଣି । ଯାହାଦ୍ୱାରା ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା ରାସ୍ତାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି ।

ଏହି ଏନ.ଏଚ. ୧୩୦ କୁ ନିର୍ମାଣ କରୁଥିବା ସଂସ୍ଥା ର ଯନ୍ତ୍ରି ଓ ଏସ.ଡି.ଓ. ଙ୍କ ଖାମଖିଆଳି ନୀତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ପ୍ରଶାସନ କିମ୍ବା ନିର୍ମାଣକାରୀ ସଂସ୍ଥା ମଧ୍ୟ ଜାଣିବା କଥା ଯେ, ବର୍ତ୍ତମାନ ବର୍ଷା ଦିନ ଚାଲିଛି । ତେଣୁ ଭଲ ଭାବରେ ଏପ୍ରୋଚ ରୋଡ଼ ତିଆରି କରିବା କଥା କିନ୍ତୁ ଖାମ ଖିଆଲି ଭାବରେ ନିମ୍ନ ମାନର କାର୍ଯ୍ୟ କରୁଥିବା ଯୋଗୁଁ ବର୍ତ୍ତମାନ ବର୍ଷା ହେଲେ ବାରମ୍ବାର ଭାଙ୍ଗି ଯାଉଛି ଯାହା ଫଳରେ ଲୋକଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡୁଥିବା ବେଳେ ଜନ ଅସନ୍ତୋଷ ମଧ୍ୟ ଦେଖା ଦେଇଛି ।WhatsApp Image 2022 08 10 at 8.49.18 AM 1 କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ

ବର୍ତ୍ତମାନ ଦୁଇ କି.ମି. ରାସ୍ତା ପାରି ହେବା ବଦଳରେ ୨୦ ରୁ ୩୦ କି.ମି. ଦୂର ରାସ୍ତା ଅତିକ୍ରମ କରି ବୁଲି କି ଯିବା ଆସିବା କରିବାକୁ ପଡୁଛି । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତା ମଧ୍ୟ ଦେଇ ଭାରି ଯାନ ଚଳାଚଳ କୁ ବନ୍ଦ କରି ଦିଆଯାଇଅଛି । ଯଦି ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ନ ହୁଏ ତାହା ଯାନ ବାହନ ଚଲାଚଳ ପାଇଁ ସ୍ୱାଭାବିକ କରି ଦିଆଯିବ ବୋଲି ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ପ୍ରକାଶ କରିଛନ୍ତି ।