Friday, March 29, 2024

Top 5 This Week

Related Posts

ନଦୀରେ ଭାସୁଛି ଦୈନିକ ବଜାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୦୮) : ଆଜି କାଶୀନଗର ଠାରେ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀରେ ପାଣି ଭର୍ତ୍ତି ହୋଇଛି ଏପରିକି କାଶୀନଗର ଶିଶୁ ମନ୍ଦିର ତଳକୁ ପାଣି ଆସି ଯାଇଛି, ଯାହା ଫଳରେ ତଳିଆ ଅଞ୍ଚଳ ର ଲୋକ ଭୟଭୀତ ହୋଇଛନ୍ତି ।

ପ୍ରକାଶ ଥାଉ କି ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ବଡ଼ ନାଳ ଜଳ ସେଚନ ପ୍ରକଳ୍ପ ର ଗଚ୍ଛିତ ପାଣି ଛାଡି ଦେବା ଫଳରେ କାଶୀନଗର ଓ ଗୁଣୁପୁର ଠାରେ ବଂଶଧାରା ନଦୀରେ ଜଳ ସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ଉପରେ ସନ୍ଧ୍ୟାରେ ପ୍ରବାହିତ ହେଉଛି । କାଶୀନଗର ପୌର କର୍ତ୍ତୃପକ୍ଷ ନଦୀରେ ଦୈନିକ ବଜାର କରିଛନ୍ତି ତାହା ମଧ୍ୟ ବର୍ତ୍ତମାନ ଭାସମାନ ଅବସ୍ଥାରେ ରହିଛି । ଏଣୁ ଏହାକୁ ସ୍ଥାୟୀ ବଜାର କରିବା କେତେ ଯଥାର୍ଥ ବୋଲି ଚାଷୀ ଓ ରୟିତ ମାନେ ପ୍ରଶ୍ନ କରିଛନ୍ତି । ପୁରୁଣା ବଜାର ର ଭିତ୍ତିଭୂମି ଓ ନିୟନ୍ତ୍ରଣ କଲେ ଏହା ଢେର ବୋଲି ମଧ୍ୟ କହିଛନ୍ତି ।

Popular Articles