କେରାଅଟାଲ ଗ୍ରାମରେ ବିଦ୍ୟାଳୟ ପାଇଁ ଦାବୀ

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରୀଗୁଡା(୨୬/୦୭): ବୈପାରୀଗୁଡା ବ୍ଲକ ରାମଗରି ପଞ୍ଚାୟତ ଅନ୍ତର୍ଗତ କେରାଅଟାଲ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଗ୍ରାମବାସି ଲିଖିତ ଏକ ଦାବୀପତ୍ର କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି | ବୈପାରୀଗୁଡା ଜିଲ୍ଲା ପରିଷଦ ହୀରାମଣି ପୂଜାରୀଙ୍କ ନେତୃତ୍ୱରେ ଗ୍ରାମର କିଛି ବୁଦ୍ଧିଜିବିଙ୍କୁ ନେଇ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯାଳୟରେ ଏହି ଦାବୀପତ୍ର ଦିଆଯାଇଥିବା ଜଣାପଡିଛି |

କେରାଅଟାଲ ଗ୍ରାମ ସହ ଆଖପାଖ ଗ୍ରାମ ମଧ୍ୟ୍ୟରୁ ବଡାଗୁଡା, ଆମପାଣିଗୁଡା, ମାଚାଗୁଡା, ଡ଼ୁମାଗୁଡା,ବାଘଡୁଲାର ୬ବର୍ଷରୁ ରୁ ୧୪ବର୍ଷର ପ୍ରାୟ ୧୦୦ପିଲା ରହୁଥିବା ଜଣାପଡିଛି | ଉକ୍ତ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ନ ଥିବା ଯୋଗୁଁ ବାଧ୍ୟ ହୋଇ ପାଞ୍ଚ କିଲୋମିଟର ଦୂରରେ ଥିବା ମାଣ୍ଡିକିଝରନ ପ୍ରାଥମିକ ବିଦ୍ୟାଳୟକୁ ପିଲାମାନେ ଖରା ବର୍ଷା ଶୀତରେ ବହୁ କଷ୍ଟରେ ଯିବାଆସିବା କରୁଛନ୍ତି | ପିଲାଙ୍କ ଯିବା ଆସିବା କଷ୍ଟକର ହେତୁ ସ୍କୁଲକୁ ନ ଯାଇ ପିଲାମାନେ ଶିକ୍ଷାରୁ ବଞ୍ଚିତ ରହୁଥିବା ସହ ଏହି ଆଦିବାସୀ ବହୁଳ ଅଂଚଳର ଗ୍ରାମର ଶିକ୍ଷା କ୍ଷେତ୍ରକୁ ଉନ୍ନତି ପାଇଁ ଏହି ଦାବୀ ପତ୍ର ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପରିଷଦ ସଭ୍ୟା ସହ ଅଭିଭାବକ ପ୍ରକାଶ କରିଛନ୍ତି | ପେଂଦାପୋଡା ସରପଞ୍ଚ ଲଛମା କାକୋଲପଡିଆ ଓ ସମିତି ଶିର ପାଙ୍ଗି, ଦଣ୍ଡାବାଡ଼ି ସରପଞ୍ଚ କମିଳି ନାୟକ ଏବଂ ବଲବ ମହୁରୀଆ, ସମରା ଗତନ, ରାମଖିଲ ଦାବୀପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ |

Comments are closed.