Advertisements
Sunday, May 31, 2020
Home Children Issue ଅବହେଳିତ ଅବସ୍ଥାରେ ଝରିଗାଁ ସଦର ମହକୁମା ଦୁଇ ଅଙ୍ଗନବାଡ଼ି କେନ୍ଦ୍ର

ଅବହେଳିତ ଅବସ୍ଥାରେ ଝରିଗାଁ ସଦର ମହକୁମା ଦୁଇ ଅଙ୍ଗନବାଡ଼ି କେନ୍ଦ୍ର

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ(୨୬/୦୭): ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି ଅଙ୍ଗନବାଡ଼ି କେନ୍ଦ୍ର ଗୃହ । ତିନିବର୍ଷ ବିତିଳେବି ଶେଷହେଉନି ନିର୍ମାଣ କାର୍ଯ୍ୟ । ଶେଷରେ ଭଡା ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ତାଳିଆମ୍ବାର ୫ ନମ୍ବର ୱାର୍ଡ ଓ ସିରାଗୁଡାର ୮ ନମ୍ବର ୱାର୍ଡ ଠାରେ |

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଠାରୁ ମାତ୍ର ୨୦୦ ମିଟର ଦୂରରେ ତାଳିଆମ୍ବାର ୫ ନମ୍ବର ୱାର୍ଡ ଏବଂ ଶିରଗୁଡାର ୮ ନମ୍ବର ୱାର୍ଡରେ ରହିଛି ଦୁଇଟି ଅଙ୍ଗନବାଡି କେନ୍ଦ୍ର । ୨୦୦୯ ମସିହାରେ ଏହି ଦୁଇଟି ସ୍ଥାନରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ତିଆରୀ କରିବା ପାଇଁ ଅନୁମଦନ ହୋଇଥିଲା ଏବଂ ଗତ ୩ ବର୍ଷ ପୂର୍ବେ ଗୃହ କାମ ଆରମ୍ଭ ହୋଇଥିଲା । ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଅଙ୍ଗନବାଡି ଗୃହ ଅଧାପନ୍ତରିଆ ଭାବରେ ଥିବାରୁ ବାଧ୍ୟ ହୋଇ ତାଳିଆମ୍ବାର ୫ ନମ୍ବର ୱାର୍ଡ ଅଙ୍ଗନବାଡ଼ି ଦିଦି ଭଡା ଘରେ ଓ ଶିରଗୁଡା ୮ ନମ୍ବର ୱାର୍ଡର ଦିଦି ନିଜ ଘରେ କେନ୍ଦ୍ର ଚଳାଇ ଆସୁଛନ୍ତି । ଏହି ଦୁଇଟି କେନ୍ଦ୍ରରେ ନିଜସ୍ୱ ଗୃହ ନଥିବାରୁ ପିଲାଙ୍କ ଉପସ୍ଥାନ ଦିନକୁ ଦିନ କମିବାରେ ଲାଗିଛି । ଫଳରେ ପିଲାମାନେ ଉଦ୍ଧିଷ୍ଟ ପୃଷ୍ଟି ସାର ଯୁକ୍ତ ଖାଦ୍ୟ ପାଇ ପାରୁନାହାନ୍ତି । ଅନ୍ୟ ପକ୍ଷେ ସ୍ଥାନୀୟ ଲୋକ ଅଙ୍ଗନବାଡ଼ି ଗୃହ ସମ୍ପୂର୍ଣ୍ଣ କରିବା ପାଇଁ ଜନପ୍ରତିନିଧିରୁ ଆରମ୍ଭ କରି ସରକାରୀ ବାବୁଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

କାମ ଆରମ୍ଭ ହୋଇ ୩ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ଯଦି ସଦର ମହକୁମାଠାରୁ ମାତ୍ର ଦୁଇ ଶହ ମିଟରର ଏଭଳି ଅବସ୍ଥା ତେଵେ ଦୁର୍ଗମ ଅଞ୍ଚଳ ମାନଙ୍କ ଅବସ୍ଥା କିଭଳି ତାହା ସହଜ ଅନୁମୟ । ଏହି ସମ୍ପର୍କରେ ସ୍ତାନୀୟ ବିଡିଓ ଦେବେନ୍ଦ୍ର ବହାଦୁରସିଂ ଧୁରୁଆଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ୧୫ ଦିନ ଭିତରେ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ଭରସାଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: