ପୁର୍ବତନ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପ୍ରବଳ ବର୍ଷାରେ ବ୍ଲକ ସମ୍ମୁଖରେ ଧାରଣା ଓ ପ୍ରତିବାଦ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୨୫.୦୭): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସମ୍ମୁଖରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ଆଜି ଧାରଣା ଓ ପ୍ରତିବାଦ କରିବା ଘଟଣା ସାମ୍ନାକୁ ଆସିଛି । ସୁଚନା ଅନୁଯାୟୀ ବିଜେଡି ଦଳର ଦଲାଲ୍ ସାଜିଥିବା ଓ ସ୍ଥାନୀୟ ବିଜୁ ଜନତା ଦଳର ଜଣେ ନେତା ଗଗନ ଆଚାର୍ଯ୍ୟଙ୍କ ହାତବାରିସି ସାଜିଥିବା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀ ଅନ୍ୟ ଦଳର ଠିକାଦାରଙ୍କ ପ୍ରକଳ୍ପ କାର୍ଯ୍ୟର ବିଲ୍ ପୌଠ ନ କରି ନିଜ ମନମାନି କରୁଥିବା ଘଟଣା ଆଜି ସାମ୍ନାକୁ ଆସିଛି ।

କଂଗ୍ରେସ ଓ ବିଜେପି ଦଳ ସହିତ ଜଡିତ ଠିକାଦାରଙ୍କୁ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀ ପାତର ଅନ୍ତର କରି ବିଲ୍ ଗୁଡିକ ପୈଠ ନ କରିବା କାରଣ ଯୋଗୁଁ ଆଜି ପୁରୁଷୋତ୍ତମ ଗମାଙ୍ଗ ମହୋଦୟ ବ୍ଲକ ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦେଇଛନ୍ତି । ଯନ୍ତ୍ରି ମହୋଦୟଙ୍କ କଥା ଏତିକିରେ ସରୁନି ତାଙ୍କ ନାମରେ ଅଭିଯୋଗ ଅଛି ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ କରି ଠିକାଦାରି କାମ ଦେବା ବାହାନାରେ ଗୁଲୁଣ୍ଠି ସରପଞ୍ଚଙ୍କ ଠାରୁ ୨୫୦୦୦ ଟଙ୍କା ବି ଆଦାୟ କରିଛନ୍ତି । ନିଜେ ବିଜେଡି ଦଳର ଏଜେଣ୍ଟ ସାଜି ଅନ୍ୟ ଦଳର ଠିକାଦାର ଓ କର୍ମୀଙ୍କ ପ୍ରତି ମତଭେଦ ସୃଷ୍ଟି କରିବା ଏବେ ପାଣିଗ୍ରାହୀଙ୍କର ଉପରେ ସଂଙ୍ଗୀନ ଅଭିଯୋଗ କରି ଚାଟୁଦାର ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀଙ୍କର ବଦଳି ନ ହେବା ଯାଏଁ ବ୍ଲକ ସମ୍ମୁଖରେ ଧାରଣା ଓ ପ୍ରତିବାଦ ଜାରି ରହିବ ବୋଲି ପୁରୁଷୋତ୍ତମ କହିଛନ୍ତି ।

Comments are closed.