ଶିକରପାଇ ବାପୁଜୀ ପାଠାଗାର ର ନୂତନ କମିଟି ଗଠିତ

0
109
ଶିକରପାଇ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୮) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ର ଗ୍ରାମ କମିଟି ଦ୍ୱାରା ଆଜି ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହେଇଯାଇଛି ।WhatsApp Image 2022 08 08 at 7.38.15 PM ଶିକରପାଇ ବାପୁଜୀ ପାଠାଗାର ର ନୂତନ କମିଟି ଗଠିତ

ବୈଠକ ବସିବାର କାରଣ ୧୯୮୬ ମସିହାରେ ଶିକରପାଇ ଗ୍ରାମ ର ଯୁବ ଗୋଷ୍ଠୀଙ୍କୁ ନେଇ ଏକ ସାମାଜିକ ସଙ୍ଘଠନ ଗଠନ କରାଯାଇଥିଲା । ସେତେବେଳେ ଯୁବକ ମାନେ ଏହାର ନାମ ବାପୁଜୀ ସାଂସ୍କୃତିକ ସଙ୍ଗଠନ ନାମରେ ନାମିତ କରି ଅନେକ ଜନ ମଙ୍ଗଳ କାମ କରି ଏକ ଦୃଷ୍ଟନ୍ତ ପାଲଟିଥିଲା । ଗ୍ରାମ ସଫେଇ, ନୃତ୍ୟ ଗୀତ, ପାଠାଗାର ସ୍ଥାପନ, ଖେଳ କୁଦ, ଜାତୀୟ ପତାକା ଉତ୍ତୋଳନ, ଖେଳ ପ୍ରତିଯୋଗିତା, ସାଂସ୍କୃତିକ ନୃତ୍ୟ ପରିବେଷଣ ଭଳି ଅନେକ କାମ କରି ଅଞ୍ଚଳରେ ଜନ ମୁଖରିତ ହେଇଥିଲା ।

କିନ୍ତୁ କାଳକ୍ରମେ ସେଠାରେ ସଦସ୍ୟ ମାନେ ଯୁବକରୁ ବୈବାହିକ ଜୀବନ ପରେ ଜଞ୍ଜାଳରେ ପଡି ଆଉ ତାର କାମକୁ ଆଗକୁ ନେଇ ପାରି ନଥିଲେ ତେଣୁ ତାହା ଧୀରେ ଧୀରେ ଜରାଜୀର୍ଣ୍ଣ ହେଇ ସୁପ୍ତ ଅବସ୍ଥାରେ ଥିଲା । କିନ୍ତୁ ସମାଜ ସେବୀ ତଥା ଉଦ୍ୟୋକ୍ତା ଓ ପୁରାତନ ପାଠାଗାର ସଭ୍ୟ ବାସୁଦେବ ମାର୍ଥା ଙ୍କ ଆହ୍ୱାନ କ୍ରମେ ପାଠାଗାର ଗୃହରେ ୪୦ ଜଣରୁ ଉର୍ଦ୍ଧ ଯୁବକ ପୁରାତନ ସଭ୍ୟ ଓ ଭଦ୍ର ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ପୂର୍ବତନ ସଭାପତି ପ୍ରସାଦ ଗୌଡ଼ ସଭାକୁ ପରିଚାଳନା କରି ପୂର୍ବ ବିବୃତି ପାଠ କରିଥିଲେ ।

ପୁରାତନ ଇତିହାସ ଓ ଗାଥା ପଠନ କରି ସମସ୍ତଙ୍କୁ ଅବଗତ କରାଇଥିଲେ । ନୂତନ ସଭାପତି ଭାବେ ସର୍ବ ସମତି କ୍ରମେ ବାସୁଦେବ ମାର୍ଥା, ଉପ ସଭାପତି ସନ୍ତୋଷ କୁମାର ଦାସ, ସମ୍ପାଦକ ପଙ୍କଜ ନାୟକ, ସହ ସମ୍ପାଦକ ରହିମ ନାୟକ, ସତିଶ ନେମାଲପୁରୀ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ନୂତନ ସଭ୍ୟ ଚାନ୍ଦା ୧୦୦ ଓ ମାସିକ ସଭ୍ୟ ଚାନ୍ଦା ୨୦ ଟଙ୍କା ନିର୍ଦ୍ଧାରିତ ହେଇଥିଲା କିଛି ସଂଗ୍ରହ ହେଇଥିଲା । ସେହିଭଳି ସ୍ୱାଧୀନତାର ୭୫ ବର୍ଷ ର ଅମୃତ ମହୋତ୍ସବ ପାଳନ ପାଇଁ ଆଲୋଚନା କରାଯାଇଥିଲା ।

ବିଦ୍ୟାଳୟ ମାନଙ୍କରେ ଖେଳ କୁଦ ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ରବି ଗେମ୍ବାଲି, ଭେଙ୍କେଟେଶ୍ୱର ଗେମ୍ବାଲି, ସୋମନାଥ ଖଣ୍ଡାରିଆ, ପବାଲା ପ୍ରସାଦ, ଜି ମାଧବ ରାଓ, ମନୋଜ କୁମାର ସେଠୀ, ପୁର୍ଣ୍ଣଚନ୍ଦ୍ର ପଟେଲ, ମାଲେଶ କୌଶଲ୍ୟା, ନରସିଂହ ସ୍ୱାଇଁ, ଟି ଚନ୍ଦ୍ର ଶେଖର, ସମିତି ସଭ୍ୟ ନାଗେଶ୍ୱର ମିନିଆକା, ଶ୍ରୀନିବାସ ନାୟକ, ଗୋପାଳ ପିନିଣ୍ଟି, ନାୟକ ସରପଞ୍ଚ ନେପାଳ ରୁସ୍ୟଶୃଙ୍ଗ ଓ ଅନ୍ୟମାନେ ଯୋଗ ଦେଇଥିଲେ ।