ଭୋଟର ପରିଚୟ ପତ୍ର ସହ ଆଧାର ଲିଙ୍କ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0
136
ଭୋଟର

ରିପୋର୍ଟ : ଗୋପୀନାଥ ଗୌଡ଼
ଗୁଣପୁର, (୮/୮) : ରାୟଗଡ଼ା ଜିଲ୍ଲା ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହ ଠାରେ ଭୋଟର ପରିଚୟ ପତ୍ର ସହ ଆଧାର ଲିଙ୍କ ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 08 08 at 7.37.57 PM ଭୋଟର ପରିଚୟ ପତ୍ର ସହ ଆଧାର ଲିଙ୍କ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୁଣପୁର ଓ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଣପୁର ପୌର ସଂସ୍ଥା ନିର୍ବାହୀ ଅଧିକାରୀ, ଗୁଡ଼ାରୀ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବରୁ ପ୍ରତିବର୍ଷ ଗୋଟିଏ ଥର ହିଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ଯାହା ଦ୍ୱାରା କି ଯେଉଁ ମାନଙ୍କ ବୟସ ସୀମା ୧୮ ବର୍ଷ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ସଂଶୋଧନ ତାରିଖକୁ ଅପେକ୍ଷା କରିବାକୁ ପଡୁଥିଲା କିନ୍ତୁ ଚଳିତ ଥର ଠାରୁ ବର୍ଷକୁ ଚାରିଥର ସଂଶୋଧନ କାର୍ଯ୍ୟକ୍ରମ କରାଯିବ ।

ସେହିପରି ଭୋଟର ପରିଚୟ ପତ୍ର ସହ ଆଧାର ଲିଙ୍କ ମଧ୍ୟ ଚଳିତ ମାସ ଠାରୁ ଆରମ୍ଭ ହୋଇଛି ଏହା ଅପ୍ରେଲ ୨୦୨୩ ପର୍ଯ୍ୟନ୍ତ ଚାଲିବ । ଆଧାର ଲିଙ୍କ ନିମନ୍ତେ ଅନ ଲାଇନରେ ଗରୁଡ଼ ନାମକ ସାଇଟକୁ ଯାଇ ନିଜେ ନିଜର ପଞ୍ଜୀକରଣ କରିପାରିବେ ନଚେତ ୬ ଖ ଫର୍ମ ପୂରଣ କରି ବୁଥରେ ଦାଖଲ କରି ପାରିବେ ।

ବୁଥ ଲେବଲ ଅଧିକାରୀ ମାନେ ଘରକୁ ଘର ଯାଇ ସଚେତନ କରିବେ ଓ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଗୁଡ଼ିକ ସଂଗ୍ରହ କରିବେ । ଭୋଟର ତାଲିକା ଶୁଦ୍ଧ ଓ ନିର୍ଭୁଲ କରିବା ନିମନ୍ତେ ଚଳିତ ଥର ଠାରୁ ଆଧାର ଲିଙ୍କ ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ । ବୁଥ ଲେବଲ ଅଧିକାରୀ ମାନେ କିପରି ଆଧାର, ଭୋଟର ପରିଚୟ ପତ୍ର ସଂଗ୍ରହ କରି ସବୁକୁ ଅନ ଲାଇନରେ ଓ ଅଫ ଲାଇନରେ ଦାଖଲ କରିବେ ସେହି ସବୁ ବିଷୟକୁ ପ୍ରଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରି ପୁଙ୍ଖାନୁପୁଙ୍ଖ ଭାବେ ବିବରଣୀ ଶ୍ରୀ ପ୍ରସନ୍ନ କୁମାର ପଣ୍ଡା ପ୍ରଦାନ କରିଥିଲେ । ସହକାରୀ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଚୌଧୁରୀ ଯେଉଁ ମାନଙ୍କ ସନ୍ଦେହ ଥିଲା ସେହି ସନ୍ଦେହ ଗୁଡିକ ସମାଧାନ କରିଥିଲେ ।

ଏହି ବୈଠକରେ ଗୁଣପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ, ରାମନଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର, ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗଡୁଙ୍ଗ, ଗୁଡାରି ନିର୍ବାହୀ ଅଧିକାରୀ ଶୋଭା ସୁନ୍ଦର ଶବର, ଗୁଣପୁର ନିର୍ବାହୀ ଅଧିକାରୀ ଉମ ପ୍ରସାଦ ଦାସ, ଗୁଡାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସମେତ, ସମସ୍ତ ଜିପିଇଓ, ବୁଥ ଲେବଲ ଅଧିକାରୀ ଯୋଗ ଦେଇଥିଲେ ।