ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର

0
113
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୮/୮) : ଆଜି ଦିବା ୧୦ ଘଣ୍ଟା ସମୟରେ ହରଭଙ୍ଗା ପଞ୍ଚାୟତ ସମିତି ସଭା ଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ବୌଦ୍ଧ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଏହି ଶିବିରରେ ଭାରପ୍ରାପ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର କୁମାର ରାଉତ ଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ l ଜାତୀୟ ହସ୍ତତନ୍ତ ସପ୍ତାହ ଉପଲକ୍ଷେ ସମସ୍ତ ଅଧିକାରୀ ଓ ବ୍ଲକ କର୍ମଚାରୀ ମାନେ ହାତବୁଣା ପୋଷାକ ପରିଧାନ କରିଥିଲେ l ଏହି ଅଭିଯୋଗ ଶିବିରରର ସମୁଦାୟ ୨୪ ଗୋଟି ଆପତ୍ତି ଅଭିଯୋଗ ଆସିଥିବା ବେଳେ ୨୧ ଟି ବ୍ୟକ୍ତିଗତ ମାମଲା ଓ ୩ ଟି ସାମୁହିକ ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ହୋଇଥିଲା l ୮ ଟି ଅଭିଯୋଗ ତତ୍କାଳ ସମାଧାନ ହୋଇଥିବା ବେଳେ ୨ ଟି ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା l