ବୈପାରୀଗୁଡାରେ ଟ୍ରାକ୍ଟର ଦୁର୍ଘଟଣାରେ ଗାଡି ଚାଳକ ମୃତ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ ପୂଜାରୀ ଗୁଡା ପଞ୍ଚାୟତର ନୂଆଗୁଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି | ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ୧ଟା ସମୟରେ ନୂଆଗୁଡା ଗ୍ରାମର କୋମଳ ଲୋଚନ ମୀନରବଲିଆଙ୍କ ଜମିରେ ଚାଷ କାମରେ ଲାଗିଥିବା ଟ୍ରାକ୍ଟର କାଦୁଅରେ ଫସିଯାଇଥିଲା | ଯାହା ଫଳରେ ଗାଡି ଚାଳକ ଭାରସାମ୍ୟ ହରାଇବା ଯୋଗୁଁ ଟ୍ରାକ୍ଟର ଓଲଟି ଯାଇଥିଲା ଏବଂ ଏଥିରେ ଚାଳକଙ୍କ ମୃତ ହୋଇଥିବା ଜଣାପଡିଛି |

ମୃତ ବ୍ୟକ୍ତି ଜଣକ ବୈପାରୀଗୁଡା ବ୍ଲକ ଚିପାକୁର ଗ୍ରାମର ଲଷ୍ମଣ ନାୟକଙ୍କ ପୁଅ ଚଇତନ ନାୟକ (୨୩) ବୋଲି ଜଣାପଡିଛି | ଏହି ଘଟଣା ଘଟିବା ସାଙ୍ଗେ ସାଙ୍ଗେ ଗ୍ରାମବାସୀ ଚଇତନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଜଣେଇଥିଲେ | ବୈପାରୀଗୁଡା ଅଗ୍ନିଶମ ଅଧିକାରୀ ଶିଶିର କାନ୍ତ ସିଂଙ୍କ ନିର୍ଦେଶ କ୍ରମେ କର୍ମଚାରୀ ମାନେ ଜମି କାଦୁଅ ଓ ଟ୍ରାକ୍ଟର ମଝିରେ ଫସିଥିବା ମର ଶରୀରକୁ ଉଦ୍ଧାର କରିଥିଲେ | ଘଟଣା ସ୍ଥଳରେ ବୈପାରୀଗୁଡା ପୋଲିସ ପହଞ୍ଚି ମର ଶରୀରକୁ ବ୍ୟବଛେଦ ପାଇଁ ମେଡିକାଲ ପଠାଇଥିଲେ | ଶବ ବ୍ୟବଛେଦ ପରେ ପରିବାରକୁ ହସାନ୍ତର କରାଯିବ ବୋଲି ବୈପାରୀଗୁଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ପ୍ରକାଶ କରିଛନ୍ତି |

Comments are closed.