ଲକ୍ଷାଧିକ ଟଙ୍କା ର କୀଟନାଶକ ଔଷଧ ଜବତ : ତଦନ୍ତ ଜାରି

0
161
ଲକ୍ଷାଧିକ ଟଙ୍କା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୮/୮) : ଦୃତ ଗତିରେ ଯାଉଥିବା ଏକ ଟ୍ରକକୁ ସନ୍ଦେହ କରି ବିନିକା ନୂଆଁ ବଜାର ଠାରେ ଜୋର ଜବରଦସ୍ତ ଗତକାଲି ଅଟକାଇବାରୁ ସେଥିରେ ଲକ୍ଷାଧିକ ଟଙ୍କା ର କୀଟନାଶକ ଔଷଧ ଥିବା ଜଣାପଡ଼ିବା ପରେ ଏଫଏମସି କମ୍ପାନୀ କର୍ମଚାରୀ ମାନେ ଧରିଥିଲେ ।WhatsApp Image 2022 08 08 at 11.17.50 AM ଲକ୍ଷାଧିକ ଟଙ୍କା ର କୀଟନାଶକ ଔଷଧ ଜବତ : ତଦନ୍ତ ଜାରି

ସେମାନେ ପରେ ବିନିକା ପୁଲିସ ଓ କୃଷି ଅଧିକାରୀ ଙ୍କୁ ଖବର ଦେଇଥିଲେ । ସୂଚନା ଯୋଗ୍ୟ ଯେ ଟ୍ରକ ନଂ (ସିଜି ୦୭ ବିପି ୪୦୧୯) ଯୋଗ ଲକ୍ଷାଧିକ ଟଙ୍କା ର କୀଟନାଶକ ଔଷଧ ଲୋଡିଂ ହୋଇ ରାଇପୁର ରୁ ବିନିକା କୁ ଆସିଥିଲା । ଗାଡ଼ିଟିକୁ ଧରିବା ପାଇଁ ଔଷଧ କମ୍ପାନୀ ର କେତେକ କର୍ମଚାରୀ ପିଛା କରି ବିନିକା ନୂଆ ବଜାର ଠାରେ ଅଟକାଇବାରେ ସକ୍ଷମ ହୋଇଥିଲେ । ତେବେ ଏତେ ମାତ୍ରାରେ କୀଟନାଶକ ଔଷଧ ଆସୁଥିଲେ ହେଁ ଡ୍ରାଇଭର ପାଖରେ କୌଣସି ବିଲ ନଥିବା ଜଣାପଡିଥିଲା ।

ସେହିପରି ଗାଡି ର କାଗଜପତ୍ର ଠିକନଥିବାରୁ ଆହୁରି ସନ୍ଦେହ ପ୍ରକାଶ ପାଇଥିଲା । ଉକ୍ତ ଟ୍ରକରେ ଏଫଏମସି ଏବଂ ଅନ୍ୟ କିଛି କମ୍ପାନୀ ର ମାଲ ଆସିଥିବାବେଳେ କମ୍ପାନୀ ର କର୍ମଚାରୀ ନଜାଣି କେମିତି ଅନ୍ୟ ରାଜ୍ୟରୁ ଔଷଧ ଆସୁଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସେହିପରି ଏହି ଔଷଧ ଗୁଡିକ ନକଲି ନା କଳାବଜାରୀ ତାହା ସ୍ପଷ୍ଟ ହୋଇପାରିନାହିଁ ।

ପରେ ବିନିକା କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ପହଞ୍ଚି ଟ୍ରକ କୁ ଜବତ କରିଥିଲେ । ଟ୍ରକରେ ବିଭିନ୍ନ ପ୍ରକାର ର ପ୍ରାୟ ୫ ଶହ ପେଟି ବିଭିନ୍ନ ପ୍ରକାରର ଔଷଧ ରହିଥିଛି । କୃଷି ଅଧିକାରୀ ଶ୍ରୀ ମାଝୀ ତାଙ୍କ ହେପାଜତ ରେ ଉକ୍ତ କୀଟନାଶକ ବୋଝେଇ ଟ୍ରକ କୁ ରଖିଥିବା ସେ ପ୍ରକାଶ କରିବା ସହିତ ଆସନ୍ତାକାଲି ଉତ୍ତରପ୍ରଦେଶ ର ଗଜିଆବାଦ କୁ କୃଷି ବିଭାଗ ତରଫରୁ ଏହି ଚୋରା ଔଷଧ ର କିଛି ନମୁନା ଅସଲି କି ନକଲି ବୋଲି ପରୀକ୍ଷା ପାଇଁ ପଠାଯିବ ।WhatsApp Image 2022 08 08 at 11.17.50 AM 1 ଲକ୍ଷାଧିକ ଟଙ୍କା ର କୀଟନାଶକ ଔଷଧ ଜବତ : ତଦନ୍ତ ଜାରି

ଯଦି ନକଲି ହୋଇଥିଲେ ସମସ୍ତ ଔଷଧ ଜବତ କରାଯିବ ଏବଂ ଯଦି ଅସଲି ହୋଇଥିବ ତେବେ ଜିଲ୍ଲପାଳ ଙ୍କ ନଜର କୁ ଅଣାଯାଇ ତାଙ୍କର ନିର୍ଦ୍ଦେଶରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଦୁନିଆ କୁ ଆହାର ଯୋଗାଉଥିବା ଚାଷୀକୁଳ ଚଢା ଦରରେ ଔଷଧ କିଣି ଚାଷ କରି ଶୋଷଣ ର ଶିକାର ହେଉଥିବା ବେଳେ ଏପଟେ ମୁନାଫାଖୋର ବ୍ୟକ୍ତି ମାନେ ଚୋରା ଚାଲାଣ କୀଟନାଶକ ଔଷଧ ଅଧିକ ଦାମରେ ବିକ୍ରୀକରି ମାଲେମାଲ୍ ହେଉଛନ୍ତି । ବିନିକା ସହରକୁ କାହା ପାଖକୁ ଏହି ଚୋରା ଚାଲାଣ ଔଷଧ ଆସୁଥିଲା ତା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅସ୍ପଷ୍ଟ ରହିଛି ।

ଏଭଳି ଦୀର୍ଘ ବର୍ଷ ଧରି କାରବାର ହେଉଥିବା ସନ୍ଦେହ ସୃଷ୍ଟି ହେବା ସହିତ ବହୁତ ବଡବଡ଼ିଆ ଲୋକଙ୍କ ଏଥିରେ ହାତ ରହିଥିବା ସନ୍ଦେହ କରାଯାଉଛି । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ଏହାର ବିଧିବଦ୍ଧ ତଦନ୍ତ କଲେ ପରଦା ପଛରେ ଥିବା ଅସଲ ମୁଖା ଖୋଲାଯାଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି ।