ନମୁନା ପଞ୍ଜୀକରଣ ପଦ୍ଧତିରେ ମୋବାଇଲ ଆପ୍ ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
267
ନମୁନା ପଞ୍ଜୀକରଣ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା.(୦୭/୦୮) : ଭାରତ ସରକାରଙ୍କ ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ନମୁନା ପଞ୍ଜୀକରଣ ପଦ୍ଧତି ର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l

ନମୁନା ପଞ୍ଜୀକରଣ ପଦ୍ଧତିରେ ମୋବାଇଲ ଆପ୍ ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀ ଶୁଭେନ୍ଦୁ ମୁଣ୍ଡଙ୍କ ଉପସ୍ଥିତିରେ ଭୁବନେଶ୍ୱର ଜନଗଣନା ନିର୍ଦ୍ଦେଶାଳୟ ରୁ ଆସିଥିବା ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜୟକୃଷ୍ଣ ଭୋଇ, ନୋଡାଲ ଅଫିସର ଭାବେ ଶ୍ରୀଯୁକ୍ତ ହେମନ୍ତ କୁମାର ନାଏକ ଉପସ୍ଥିତ ଥିଲେ l

ମୁଖ୍ୟ ପ୍ରଶିକ୍ଷକ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ନାଏକ ଏବଂ ସହକାରୀ ପ୍ରଶିକ୍ଷକ ରଞ୍ଜନ କୁମାର ମେହେର କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରୁ ଆସିଥିବା ୩୪ ଜଣ ସାମୟିକ ଗଣନା କାରୀମାନଙ୍କୁ ମୋବାଇଲ୍ ଆପ୍ ମାଧ୍ୟମରେ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ସଠିକ୍ ତଥ୍ୟ ସଂଗ୍ରହ କରି ଭାରତର ମହା ପଞ୍ଜିକାରଙ୍କ ଦ୍ଵାରା ବିକଶିତ ୱେବ୍ ପୋର୍ଟାଲ୍ ରେ କିପରି ଅପଲୋଡ କରିବେ ତାହାର ବିଶଦ ଆଲୋଚନା କରିଥିଲେ l