Related Contents

ପତରାପାଲି(କ) ଠାରେ ଏମଜିଏନଆରଇଜିଏସ ର କର୍ମଶାଳା ବୈଠକ ଅନୁଷ୍ଠିତ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୨୩/୦୭): ମୁରିବାହାଲ ବ୍ଲକ ପତରାପାଲି (କ) ପଂଚାୟତ କାର୍ଯ୍ୟାଳୟଠାରେ ଏକ ଦିବସୀୟ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଏମଜିଏନଆରଇଜିଏସ ର ସଫଳ ନିମନ୍ତେ ଏହି କର୍ମଶାଳା ଆୟୋଜିତ ହୋଇଥିଲା | ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ସମସ୍ୟାର ଦୂରୀକରଣ ପାଇଁ ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ବ୍ଲକ୍ରେ ବାରମ୍ବାର ମରୁଡି ଯୋଗୁଁ ଲୋକଙ୍କୁ ୧୦୦ ଦିନର ଶ୍ରମ ୨୦୦ ଦିନକୁ ବୃଦ୍ଧି କରାଯିବ ଉପରେ ଆଲୋଚନା କରାଯାଇଥିଲା | ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ |

ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀପକ୍ୱ କୁମାର ପାତ୍ର ମଧ୍ୟ ଉପସ୍ଥିତ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ଏପିଓ ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ୍ଷ ସୁନ୍ଦରମଣୀ ବାଗ, ସରପଞ୍ଚ ସଂଘର ସଭାପତି ଗୋପୀନାଥ ପାଣିଗ୍ରାହୀ, ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜାରାମ ସାହୁ, ମୁରିବାହାଲ ସାମ୍ବାଦିକ ସଂଘର ସଭାପତି ଭଗବାନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଦୁର୍ଗନାନ୍ଦ ମହାକୁର ମଂଚାସୀନ ଥିଲେ | ବନୀକରଣ ମାଧ୍ୟମରେ ବ୍ଲକ କୁ ସବୁଜ ସୁନ୍ଦର କରାଯିବ ଏବଂ ଜଳାଶୟ ଖନନ କରିବା ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ | ତାଲିମଦାତା ଭାବରେ ଭାଗବତ ବାଗ ଯୋଗ ଦେଇଥିଲେ | ତେବେ ହିତାଧିକାରୀଙ୍କୁ ଠିକ ସମୟରେ ପାରିଶ୍ରମିକ ରାଶି ମିଳୁ ନ ଥିବାରୁ ବଡ଼ ସାଇମରା ପଂଚାୟତର ସରପଞ୍ଚ ଅମିତ କୁମାର ପତ୍ର କ୍ଷୋଭ ପ୍ରକାଶ କରିଥିଲେ | ଏହି କାର୍ଯ୍ୟକ୍ରମରେ ଜାତୀୟ ଦକ୍ଷତା ତାଲିମ ସଂସ୍ଥା ସହଯୋଗ କରିଥିଲା |

ମୁରିବାହାଲ ବ୍ଲକ ୨୨ ଟି ପଂଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଙ୍କ ସହ ଡ଼ ଭବାନୀ ଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ମୁରିବାହାଲ ବ୍ଲକ ପ୍ରଶାସନ ଓ ଜନମୁକ୍ତି ଅନୁଷ୍ଠାନ ମିଳିତ ଉଦ୍ୟମରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା | ପ୍ରକାଶ ଯୋଗ୍ୟ ଯେ ମୁରିବାହାଲ ବ୍ଲକ ଏମଜିଏନଆରଇଜିଏସ ରେ ରାଜ୍ୟରେ ଶ୍ରେଷ୍ଠ ବ୍ଲକର ମାନ୍ୟତା ପାଇଛି | ଏବେ ବ୍ଲକର ପ୍ରଶାସନିକ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କ ଅସହଯୋଗ ରୁ ୧୩ ନମ୍ବର କୁ ଖସି ଆସିଛି |

Comments are closed.