Friday, March 29, 2024

Top 5 This Week

Related Posts

ବିଡିଓ ଙ୍କ ଉପସ୍ଥିତିରେ ପୁଣି ହେଲା 5T ଯୋଜନା ର ସ୍ମାର୍ଟ ସ୍କୁଲ ବୈଠକ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୫/୮) : ବିଡିଓ ଙ୍କ ଉପସ୍ଥିତିରେ ବୋରିଗୁମ୍ମା ବ୍ଳକ ବି. ସିଂହପୁର ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତ କୁମାରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଓ ବିଦ୍ୟାଳୟ ପରିଚାଳନା କମିଟି ର ଏକ ମିଳିତ ବୈଠକ ।

ପୁଣି ଥରେ ବିଡିଓ ଶ୍ରୀ ପ୍ରଣୟ ରଞ୍ଜନ ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୩୮ ଲକ୍ଷ ଟଙ୍କା ସରକାରୀ ଅନୁଦାନରେ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯିବ । ୪ ଲକ୍ଷ ଟଙ୍କା ଅତ୍ୟାଧୁନିକ ବିଜ୍ଞାନାଗାର ପାଇଁ ବ୍ୟୟ ବରାଦ ହୋଇଥିବା ବେଳେ ଇ-ଲାଇବ୍ରେରୀ ଓ ସ୍ମାର୍ଟ କ୍ଲାସରୁମ ନିର୍ମାଣ କରାଯିବ ।

୧୯୬୪ ମସିହା ର ବିଦ୍ୟାଳୟ ଜରାଜୀର୍ଣ୍ଣ ୩/୪ ଟି ପ୍ରକୋଷ୍ଠରେ ଚାଲିଥିବା ବେଳେ ବିପଦ ଶଙ୍କୁଳ ପୁରୁଣା ପ୍ରକୋଷ୍ଠ ଗୁଡିକ ସ୍ଥାନରେ ନୂତନ ଭବନ ନିର୍ମାଣ କରାଯିବ । ଯଥା ସମ୍ଭବ ବିଦ୍ୟାଳୟ ପରିସରରେ ଥିବା ଗଛ ଗୁଡିକୁ ନ କାଟି ସୌନ୍ଦର୍ଯ୍ୟକରଣ କରାଯିବ । ଅର୍ଥରାଶି ଯଥେଷ୍ଟ ନ ଥିବାରୁ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ଚାହିଁଲେ କିଛି ଅତିରିକ୍ତ ପାଣ୍ଠି ପ୍ରଦାନ କରିପାରିବେ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଶ୍ରୀମତି ରୁପା ଜାନୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ମିଶ୍ର, କନିଷ୍ଠ ଯନ୍ତ୍ରୀ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତ କୁମାରୀ ପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ପାତ୍ର, ସୀମାଞ୍ଚଳ ତ୍ରିପାଠୀ, ତପନ କୁମାର ପଣ୍ଡା, ତ୍ରିପତି ରାଓ, ଗୌରାଙ୍ଗ ଷଡଙ୍ଗୀ, ମନ୍ମଥ ମହାପାତ୍ର, ଆଶିଷ ମହାପାତ୍ର, ଶ୍ରୀଧର ମହାପାତ୍ର, ସୁଦର୍ଶନ ବିଷୋୟୀ, ସୁଶୀଳ ଷଡଙ୍ଗୀ, ସନତ୍ କୁମାର ମହାନ୍ତି, ମୋ ସ୍କୁଲ ସଭାପତି ଉଦୟନାଥ ମିଶ୍ର, ପରିଚାଳନା କମିଟି ସଭ୍ୟ ମୋହନ ବାଘ, ରବିଶଙ୍କର ମହାପାତ୍ର, ଗୌରୀଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

Popular Articles