Advertisements

ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ, ଶିକ୍ଷକ ନାହାନ୍ତି ପଢା ହେବ କେବେ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର (୨୪/୦୭): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମାସ୍ଥିତ, ଅନୁସୁଚ଼ିତ ଜାତି ଓ ଅନୁସୁଚ଼ିତ ଜନଜାତି ଉନ୍ନୟନ ବିଭାଗ ତରଫରୁ ସରକାରୀ ଉଚ୍ଚବିଦ୍ୟାଳୟ ଚନ୍ଦ୍ରପୁର ଠାରେ ୨୦୧୯ମସିହାର ପ୍ରଥମ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି |

ମୂଖ୍ୟ ଅତିଥିଭାବେ ସ୍କୁଲ କମିଟି ସଭାପତି ଶ୍ରୀ ହାଡିବନ୍ଧୁ ବ୍ରେକବେଡା, ଚନ୍ଦ୍ରପୁର ଫରେଷ୍ଟର ଶ୍ରୀ ଡମ୍ବୁରୁଧର ସେନାପତି, ଡାଙ୍ଗସୋରଡା ଫରେଷ୍ଟର ଶ୍ରୀ ଜୟଦେବ ନାୟକ ବେହେରା, ଉପସଭାପତି ଶ୍ରୀ ମେଡେକି କାମ୍ବାଗାଂକା, ଭାଗ୍ୟବତୀ ବଳିୟାର ସିଂ ପ୍ରମୁଖ ଯୋଗ ଦେଇଥିଲେ | ଏଠାରେ ପ୍ରଥମ ଶ୍ରେଣି ଠାରୁ ଦଶମ ଶ୍ରେଣି ପର୍ଯ୍ୟନ୍ତ ଅଛି ଓ ୪୮୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଅଛନ୍ତି |

ନୂତନ ଭାବେ ଚନ୍ଦ୍ରପୁର ଠାରେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଦାସ କହିଥିଲେ ଏଠାରେ ନବମ, ଦଶମ ଶ୍ରେଣି ନିମନ୍ତେ ଶିକ୍ଷକ ନାହାନ୍ତି | ଆମେ କେମିତି ନବମ,ଦଶମଶ୍ରେଣି ପିଲାମାନଙ୍କୁ ପାଠ ପଢାଇବୁ |ଏବଂ ପିଲା ମାନେ ଭଲ ମାର୍କ ରଖି ପାସ ହେବେ, ଏହି ବିସୟରେ ଆଲୋଚ଼ନା କରୁଥିଲୁ | ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଚ଼କ୍ରପାଣି ରତ୍ନାଲୁ କହିଥିଲେ ଏହି ବିସୟକୁ ନେଇ ମୁ ବାରମ୍ବାର ସରକାରଙ୍କୁ ଲିଖିତ ଅଭିଯୋଗ କଲି ଓ ସ୍କୁଲକମିଟିର ସଭାପତି ଶ୍ରୀ ହାଡିବନ୍ଧୁ ବ୍ରେକବେଡା ଓ କମିଟି ମେମ୍ବରମାନଙ୍କୁ ରାୟଗଡା ଜିଲ୍ଲାପାଳ ଶ୍ରୀ ଗୁହା ପୁନମ ତାପସ କୁମାରଙ୍କ ପାଖକୁ ଯାଇ ଶିକ୍ଷକ ଯୋଗାଇ ଦେବା ନିମନ୍ତେ ଲିଖିତ ଅଭିଯୋଗ ଦେଲେ |

ଶ୍ରୀ ଜିଲ୍ଲାପାଳ ମହୋଦୟା କହିଲେ ଅଳ୍ପଦିନ ମଧ୍ୟ୍ୟରେ ଶିକ୍ଷକ ଯୋଗାଇଦେବି ହେଲେ ଆଜି ପର୍ଯ୍ୟନ୍ତ ଦେଲେ ନାହି |ଯାହା ଫଳରେ ପିଲାମାନଙ୍କୁ ପାଠପଢ଼ିବାରେ ବାଧାପ୍ରାପ୍ତ ହଉଛି |ଏଣୁ ପ୍ରଶାସନକୁ ଅଭିଭାବକ ଶିକ୍ଷକ ମନରେ ପ୍ରଶ୍ନ ଆସୁଛି ଯେ ଶିକ୍ଷକ କେବେ ଦେବେ ପିଲା କେବେ ପାଠ ପଢିବେ |

Advertisements

Comments are closed.