Related Contents

ଧାରଣାରେ ବସିଲା ଯାଜପୁର ସଚେତନ ନାଗରିକ ମଞ୍ଚ

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର(୨୫/୦୭): ଯାଜପୁର ସଚେତନ ନାଗରିକ ମଞ୍ଚ ତରଫରୁ ଆଜି ସକାଳେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିରବ ଧାରଣ ଦିଆଯାଇଥିଲା । ସଚେତନ ନାଗରିକ ମଂଚର ଆବାହକ ସରୋଜ କାନ୍ତ ବେହେରାଙ୍କ ତତ୍ଵାବଧାନରେ ଶକ୍ତିପ୍ରସଦ ସାମନ୍ତ, ସମର ପଣ୍ଡା, ନିତ୍ୟାନନ୍ଦ ପୃଷ୍ଟି, ଅବିଶେକ ବିଶ୍ୱାଳ, ଅଜୟ ତରାଇ, ଶ୍ରୀକାନ୍ତ ଖିଲାରଙ୍କ ସହ ମଞ୍ଚର ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।

ଧାରଣାର ମୁଖ୍ୟ ଦାବି ଥିଲା ଯେ ଜାତୀୟ ରାଜପଥର ଲଗାତାର ଅବହେଳା ଯୋଗୁଁ ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଠାରୁ ଡୁବୁରୀ ଜାତୀୟ ରାଜପଥ ଓ ଦୂତୀୟ ବ୍ରାହ୍ମଣନି ସେତୁ ନିର୍ମାଣରେ ବିଳମ୍ବ ଓ ବାରମ୍ବାର ସଡକ ଦୁର୍ଘଟଣା ଘଟିବା ପରେ ବି NHAI ଓ ଜିଲ୍ଲାପାଳ ଆସି ବାରମ୍ବାର ନୂତନ ସଡକର ଦୋହରିକରଣ ପାଇଁ ମିଛ ପ୍ରତିଶୃତି ଦେଇ ଦିନ ପରେ ଦିନ ଗଡେଇ ଚାଲିଛନ୍ତି । ବାରମ୍ବାର ଲିଖିତ ଅଭିଯୋଗ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା କହିଛି ସଚେତନ ନାଗରିକ ମଞ୍ଚ । ଯଦି ରାସ୍ତା ଓ ପୋଲ କାର୍ଯ୍ୟ ପାଇଁ ଏକ ସପ୍ତାହ ମଧ୍ୟରେ ସଠିକ ସମୟ ନିର୍ଘଣ୍ଟ ନ କଲେ ଆଗାମୀ ଦିନରେ ବାଧ୍ୟ ହୋଇ ପୁଣିଥରେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବ ଯାଜପୁର ସଚେତନ ନାଗରିକ ମଞ୍ଚ ବୋଲି ପ୍ରକାଶ କରିଛନ୍ତି ।

Comments are closed.