Thursday, March 28, 2024

Top 5 This Week

Related Posts

ପୋଲିସ ପଞ୍ଝାରେ ଜିଲ୍ଲାରେ ଆତଙ୍କ ଖେଲାଇଥିବା ଡକାୟତ ଦଳ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା.(୦୬/୦୮) : କଳାହାଣ୍ଡି ପୋଲିସକୁ ବଡ ସଫଳତା ମିଳିଥିବା ସମ୍ପର୍କରେ କଳାହାଣ୍ଡି ଏସପି ଙ୍କ ସୂତ୍ରରୁ ଜଣାପଡିଛି । ପୋଲିସ ପଞ୍ଝାରେ ଜିଲ୍ଲାରେ ଆତଙ୍କ ଖେଲାଇଥିବା ଡକାୟତ ଦଳWhatsApp Image 2022 08 07 at 5.49.06 AM ପୋଲିସ ପଞ୍ଝାରେ ଜିଲ୍ଲାରେ ଆତଙ୍କ ଖେଲାଇଥିବା ଡକାୟତ ଦଳ

ସମଗ୍ର କଳାହାଣ୍ଡି ଜିଲ୍ଲାରେ ବିଗତ ଏପ୍ରିଲ ମାସ ଠାରୁ ଆତଙ୍କ ଖେଳାଇଥିବା ଏହି ଡକାୟତ ଦଳ ବିଭିନ୍ନ ଗ୍ରାମରେ ଲୁଟତରାଜ ଚଳାଇ ଆସୁଥିବା ପ୍ରତ୍ୟହ ଗଣମାଧ୍ୟମ ରୁ ଜଣାପଡୁଥିଲା । ବର୍ତ୍ତମାନ ପୋଲିସ ପଞ୍ଝାରେ ଧରା ପଡିଛନ୍ତି ଜିଲ୍ଲାରେ ଆତଙ୍କ ଖେଲାଇଥିବା ଡକାୟତ ଦଳ । କଳାହାଣ୍ଡି ସୀମାନ୍ତ ଆମପାଣି ଅଞ୍ଚଳରୁ ଆରମ୍ଭ କରି ସନ୍ଧିକୁଲିହାରୀ, ଗୋଲାମୁଣ୍ଡା ର ତୁମୁରା, କଲମପୁର, ଜୟପାଟଣା ଆଦି ଧର୍ମଗଡ ଉପଖଣ୍ଡ ର ପ୍ରାୟ ସମସ୍ତ ଗ୍ରାମରେ ଚୋର ଭୟରେ ଲୋକେ ଆତଙ୍କିତ ହୋଇପଡିଥିଲେ । ଗାଁ ଗାଁ ରେ ଲୋକେ ରାତିସାରା ପ୍ରହରା ଦେଉଥିବାର ଘଟଣା ମାନ ଜଣାପଡୁଥିଲା । ଏପରିକି ଅନେକ ସମୟରେ ସାଧାରଣ ଲୋକେ ମଧ୍ୟ ଅଜଣା ଲୋକ ଭାବରେ କେତେକ ଗାଁରେ ହଇରାଣ ହରକତ ହୋଇଥିବା ଘଟଣା ମଧ୍ୟ ଲୋକ ଲୋଚନକୁ ଆସିଥିଲା ।

ସମଗ୍ର କଳାହାଣ୍ଡି ଜିଲ୍ଲାରେ ଏହି ଡକାୟତ ଦଳ ଦ୍ୱାରା ସମଗ୍ର ଗ୍ରାମଞ୍ଚଳ ଲୋକେ ଆତଙ୍କିତ ହୋଇପଡିଥିବା ବେଳେ ପୋଲିସ ର ମୁଣ୍ଡବ୍ୟଥା ବଢିଯାଇଥିଲା । ଦୀର୍ଘ ଦିନରୁ କଳାହାଣ୍ଡି ଏସପି ଅଭିଲାଷ ଜି. ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଜାଲ ବିଛାଇ ଆତଙ୍କ ଖେଳାଉଥିବା ଏହି ଦଳକୁ ଧରିବାକୁ ଯୋଜନା କରୁଥିବା ବେଳେ ଶେଷରେ ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି ।

ପୋଲିସ ପଞ୍ଝାରେ ଆତଙ୍କ ଖେଳାଉଥିବା ଏହି ଡକାୟତ ଦଳ ପଡିଯାଇଥିବା ବେଳେ ବିଭିନ୍ନ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ନବରଙ୍ଗପୁର ଜିଲ୍ଲା ର ଇମାନୁଏଲ ହରିଜନ, ଜଗନ୍ନାଥ ହରିଜନ, ଗୋବିନ୍ଦ ହରିଜନ, କୁମର ହରିଜନ, ଲାଲଧର ହରିଜନ, କୋରାପୁଟ ଜିଲ୍ଲା ର ଦଳପତି ହରିଜନ, କଳାହାଣ୍ଡି ଜିଲ୍ଲା ଖଇରପଦର ଗ୍ରାମ ର ପରମେଶ୍ୱର ବାଗ, ପଂଜିଆ ଗ୍ରାମ ର ସୋମେଶ୍ୱର ନାଏକ, ଖମାର ହଲଦି ଗ୍ରାମର ରୋହିତ ନିଆଲ ଏବଂ ସେମାନଙ୍କ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜୟପାଟଣା ଗ୍ରାମ ର ଦିନେଶ ବୈଠାରୁ ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା, ୫ ଗୋଟି ମଡର ସାଇକେଲ, ୧୧ଟି ମୋବାଇଲ, ୪୦,୩୯୨ ଗ୍ରାମ ସୁନା, ୪,୪୭,୭୪୦ ଗ୍ରାମ ରୂପା ସହ ଡକାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିବା କଳାହାଣ୍ଡି ଏସପିଙ୍କ ସୂତ୍ରରୁ ଜଣାପଡିଛି ।

ବିଭିନ୍ନ ଘଟଣା ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ର ଗୋଲାମୁଣ୍ଡା ଥାନାରେ କେଶ ନଂ. ୩୮/୨୦୨୨ ଓ ୧୦୬/୨୦୨୨, ଧର୍ମଗଡ ଥାନା କେଶ ନଂ.୧୪୧/୨୦୨୨, ୧୦୮/୨୦୨୨, ୧୦୪/୨୦୨୨, ୧୩୭/୨୦୨୨, ଆମପାଣି ଥାନା କେଶ ନଂ. ୬୫/୨୦୨୨, ୧୦୧/୨୦୨୧, କୋକସରା ଥାନା କେଶ ନଂ. ୯୨/୨୦୨୨, ୧୭୮/୨୦୨୨ ଓ ଜୟପାଟଣା ଥାନା କେଶ ନଂ. ୨୬୬/୨୦୨୨ ରୁଜ୍ଜୁ ହୋଇଥିବା ପ୍ରକାଶ ।

Popular Articles