Related Contents

୨୨.୬ କେଜି ଗଂଜେଇ ସହ ୧୫ଶହ ଟଙ୍କା ଏବଂ ଦେଶୀ ପିସ୍ତଲ ଜବତ, ୩ ଗିରଫ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ
କାଲିମେଳା (୨୪/୦୭): ଆଜି କାଲିମେଳା ପୋଲିସ କବଳରେ ଆଉ ୩ ଜଣ ଗଂଜେଇ ମାଫିଆ ଗିରଫ | ତାଂକ ସହ ମହିନ୍ଦ୍ରା XUV ୫୦୦ ଚାରି ଜଣ ଯୁବକ ସହ ୨୨.୬କେଜି ଗଂଜେଇ ଓ ୧୫ଶହ ଟଙ୍କା ସହ ଏକ ଦେଶୀ ବନ୍ଧୁକ ଜବତ କରିଛି |

ଆଜି ସକାଳେ କାଲିମେଳା ଥାନା ଅଧିକାରୀ ଚନ୍ଦ୍ରଶେଖର ଶବର, ଏସଆଇ ଶମ୍ଭୁନାଥ ଦଳବେହେରା, ଗୋବିନ୍ଦ ଚନ୍ଦ୍ର ପାତ୍ର, ଏକ ପୋଲିସ ଟିମ କାଲିମେଳା ରୁ କାଙ୍ଗୁରୁକୋଣ୍ଟା ଠାରେ ଦ୍ରୁତ ଗତିରେ ଯାଉଥିବାର ଦେଖି ଗାଡ଼ିଟିକୁ ଯାଞ୍ଚ କରିଥିଲେ | ଯାଞ୍ଚରୁ ୩ଜଣ ମାଫିଆଙ୍କୁ ଧରିଥିଲା ପୋଲିସ | ସେମାନେ ହେଲେ ପ୍ରସଂଜିତ ମଣ୍ଡଳ, ରମେଶ ନମ ପି. ଅନିଲ, ସୁକେଶ ବଢ଼େଇ ପି. ଗୁରୁଚନ୍ଦ | ଏମାନେ ସମସ୍ତେ ଏମଭି ୮୩ ପଦ୍ମଗିରି ବୋଲି ଜଣାପଡିଥିଲା | ଆଉ ଜଣେ ଫେରାର ଅଛି ବୋଲି ଜଣାପଡିଛି | ସେ ହେଉଛି ଜୟଦେବ ମାଲାକାର ପି. କାଲିପଦ |

Comments are closed.