Related Contents

ଗୁଡିଘାଟରେ କେନ୍ଦୁଗଣ୍ଡି ଜବତ, ମୁରିବାହାଲ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୨୪/୦୭): ମୁରିବାହାଲ ରେଞ୍ଜ ଗୁଡିଘାଟ ଫରେଷ୍ଟ ବିଟ ଠାରେ ବନ ଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଓ ଦଳବଳ ସହ ଗୁଡିଘାଟ ଫରେଷ୍ଟ ବିଟ ପହଂଚି ଥିଲେ |

ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ରାତି ୯ଟାରେ ଗୋଟିଏ କେନ୍ଦୁ ଗଣ୍ଡି ବୁଝେଇ ୪୦୭ଗାଡିରେ ଲୋଡ଼ ଥିବା ଦେଖିଥିଲେ | କିନ୍ତୁ ସେହି ଯାଗାରେ କେହି ନ ଥିଲେ | ଖୋଜା ଖୋଜି କଲାପରେ ମଧ୍ୟ କାହାକୁ ନ ପାଇ ଗାଡ଼ିଟିକୁ ଜବତ କରି ଡୁଚେନ ଲଗାଇ ରେଞ୍ଜ ଅଫିସକୁ ଆଣିଥିଲେ | ଗାଡି ନ. ଓଆର ୦୩ ଏ ୪୧୯୧ ଗାଡିଟି￰ ଆଗରୁ ରେଳବାଇରେ କାମ କରୁଥିବା ଜଣାପଡିଛି | କାରଣ ଗାଡ଼ିରେ “Railway on Duty” ଦେଖିବାକୁ ମିଳିଛି | ଗାଡ଼ିରେ ସମୁଦାୟ ୧୯ଖଣ୍ଡ କେନ୍ଦୁ ଗଣ୍ଡି ପାଖାପାଖି ପଚାଶରୁ ଷାଠିଏ ସେଫଟି ହେବ, ଲୋକାଲ ଦର ହିସାବରେ ୫୦ପଚାଶ ହଜାର ହେବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି | ଚଢ଼ାଉରେ ଫରେଷ୍ଟର କାମେଶ୍ୱର ତାଣ୍ଡି, ଫରେଷ୍ଟ ଗାଡ଼ ବିରଞ୍ଚି କୁମ୍ଭାର, ଉଲାସ ସେଠି ଓ କର୍ମଚାରୀ ଉପସ୍ଥିତ ଥିଲେ |

Comments are closed.