Related Contents

ବତ୍ରିଗୁଡାରେ ମାଗଣା ବିଭିନ୍ନ ଫଳ ଚାରା ବଣ୍ଟନ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୪/୦୭): ଜୟପୁର ଏମସ ସ୍ୱାମୀନାଥନ ଅନୁଷ୍ଠାନ ଓ ବୈପାରୀଗୁଡା ବନ ବିଭାଗର ମିଳିତ ଆନୁକୂଲ୍ୟରେ ବୈପାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ବତ୍ରିଗୁଡା ଗ୍ରାମରେ ମାଗଣା ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଜୟପୁର ଏମସ ସ୍ୱମୀନାଥନ ନିର୍ଦ୍ଦେଶକ ଡାକ୍ତର କିଶୋର କୁମାର ମାରଲାଡ଼ିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜୟପୁର ବନଖଣ୍ଡ ଅଧିକାରୀ ଅଶ୍ୱିନୀ କୁମାର କର ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ବୈପାରୀଗୁଡା ବନଖଣ୍ଡ ଅଧିକାରୀ ରମେଶ ଚନ୍ଦ୍ର ରାଉତ ଓ ସ୍ଥାନିୟ ୱାର୍ଡ ମେମ୍ବର ସୁଚିତ୍ର ନାୟକ ଯୋଗ ଦେଇଥିବା ବେଳେ ପ୍ରକଳ୍ପ ପରିଚାଳକ ବିକ୍ରମ ବଳିଆର ସିଙ୍ଗ ସଭା ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଗ୍ରାମବାସୀଙ୍କୁ ଅତିଥି ମାନେ ଗଛର ଉପକାରିତା ବିଷୟରେ ବୁଝାଇବା ପରେ ମୋଟ ୪୦୦ଚାରା ମାଗଣାରେ ବଣ୍ଟନ କରାଯାଇଥିଲା |

ଏଥିରେ ସୀତାଫଳ, ପିଜୁଳି, ସଜନା, ଡାଳିମ୍ବ ଆଦି ବିଭିନ୍ନ ଫଳ ଚାରା ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମବାସୀଙ୍କ ଫଳ ଗଛ ଲାଗି ଆର୍ଥିକ ସ୍ଥିତିର ଉନ୍ନତି ସହ ସୁସ୍ଥ ପରିବେଶ ପାଇଁ ଉପଯୋଗି ହୋଇପାରିବ ବୋଲି ଏସ ସ୍ୱମୀନାଥନ ନିର୍ଦେଶକ ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ |

Comments are closed.