Friday, March 29, 2024

Top 5 This Week

Related Posts

ପଥର ଖାଦାନ ପୁଣି ଚାଲୁ କରିବା ନିଷ୍ପତ୍ତି ପ୍ରତିବାଦରେ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୪/୦୮) : ପ୍ରାୟ ବର୍ଷକ ତଳେ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ଥିବା ପଥର ଖାଦାନ ଓ କ୍ରସର ଗୁଡିକୁ ନେଇ ଗ୍ରାମବାସୀଙ୍କ ଆପତ୍ତି ପରେ ୧୨ ଜୁଲାଇ ତହସିଲଦାରଙ୍କ କାର୍ଯ୍ୟାଳୟରେ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ଗ୍ରାମବାସୀଙ୍କ ଆଲୋଚନା ହୋଇଥିଲା ।WhatsApp Image 2022 08 05 at 5.47.02 PM ପଥର ଖାଦାନ ପୁଣି ଚାଲୁ କରିବା ନିଷ୍ପତ୍ତି ପ୍ରତିବାଦରେ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

ପରେ ୧୬ ଜୁଲାଇ ଅତିରିକ୍ତ ଜିଲ୍ଲାପାଳ ଉପଜିଲ୍ଲାପାଳ ତହସିଲଦାର ବିଡିଓ ଆଡିସନାଲ ତହସିଲଦାର ପ୍ରମୁଖଙ୍କ ସହ ଖରଭୂଇଁ ଗ୍ରାମରେ ଗ୍ରାମବାସୀଙ୍କ ଆଲୋଚନା ଏପରିକି ସେ ସମୟରେ ପଥର ଖାଦାନ ଓ କ୍ରସର ଗୁଡିକୁ ନେଇ ହରଭଙ୍ଗା ପଞ୍ଚାୟତ ସମିତି ବୈଠକ ମଧ୍ୟ ଦୀର୍ଘ ମାସ ହେବ ହୋଇ ନପାରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।

୧୩ ସେପ୍ଟେମ୍ବର ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ୨୫ ସେପ୍ଟେମ୍ବର ସମସ୍ତଙ୍କ ଉପସ୍ଥିତିରେ ଆଲୋଚନାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସବୁଦିନ ପାଇଁ ଖରଭୂଇଁ ଠାରେ ଥିବା କ୍ରସର ଓ କ୍ୱାରୀ ଗୁଡିକ ଚାଲୁ କରିବା ପାଇଁ ଅନୁମତି ପ୍ରଦାନ କରିଥିବା ଖବର ଖବରକାଗଜରୁ ଜାଣି ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ ତହସିଲଦାର ହରଭଙ୍ଗା ପ୍ରମୁଖଙ୍କ ନିକଟକୁ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଛି ।

ଯେଉଁ ଜିଲ୍ଲାପାଳ ବାରମ୍ବାର ଆଲୋଚନାପରେ ବନ୍ଦ ନିର୍ଦ୍ଦେଶ ଦେଲେ ସେହି ଜିଲ୍ଲାପାଳ ପୁଣିଥରେ ବିନା ଆଲୋଚନାରେ ଲୋକଙ୍କ ସହମତି ବିନା କ୍ରସର ଓ ପଥର କ୍ୱାରୀ ଚଲାଇବାକୁ ଅନୁମତି ପ୍ରଦାନ କରିବା ଅତ୍ୟନ୍ତ ହାସ୍ୟସ୍ପଦ ଓ ଦୁଃଖ ର ବିଷୟ । ଏହି ପଥର କ୍ୱାରୀ ଯୋଗୁଁ ଅଞ୍ଚଳ ର ପରିବେଶ ଜୈବ ବିବିଧତା ଓ ଚାଷ ବାସ ଉପରେ ଗଭୀର ପ୍ରଭାବ ପକାଇବା ସହ କୀଡନୀ ଓ ଚର୍ମରୋଗ ବ୍ୟାପକ ହେବାରେ ଲାଗିଛି ଏବଂ ସବୁଠୁ ବଡକଥା ଗ୍ରାମବାସୀଙ୍କ ଦାବୀପରେ ସମ୍ପୃକ୍ତ ଲିଜଧାରୀ ମାନେ ପ୍ରାୟ ୧୬ କୋଟି ଟଙ୍କା ର ଅତ୍ୟଧିକ ଖଣିଜ ଦ୍ରବ୍ୟ ଲୁଟ କରିଥିବା ସମ୍ପର୍କରେ ସ୍ୱୀକାର କରିବା ସହ ଫାଇନ ଆକାରରେ ପଡିଛି ଏବଂ ଏ ଯାବତ ଉକ୍ତ ଅର୍ଥ ଅନାଦେୟ ଥିବାବେଳେ ସେହି ଠକ ସଂସ୍ଥା ଗୁଡିକ ଦ୍ୱାରା ପୁନଃ ଚାଲୁ କରିବା ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ ଏବଂ ସମାନ ଜିଲ୍ଲାପାଳଙ୍କ ଦୁଇ ଦୁଇ ପ୍ରକାର ର ନିଷ୍ପତ୍ତି ଗଣତନ୍ତ୍ର ତଥା ବ୍ୟବସ୍ଥା ର ପାରିଲାପଣ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।WhatsApp Image 2022 08 05 at 5.47.01 PM ପଥର ଖାଦାନ ପୁଣି ଚାଲୁ କରିବା ନିଷ୍ପତ୍ତି ପ୍ରତିବାଦରେ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

ଏଣୁ ଆଜି ଖରଭୂଇଁ ଗ୍ରାମ୍ୟ କମିଟି ପକ୍ଷରୁ ତୁରନ୍ତ ବନ୍ଦଥିବା ପଥର ଖାଦାନ ଓ କ୍ରସର ଗୁଡିକ ଚାଲିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର ଦାବୀରେ ସ୍ଥାନୀୟ ରାମେଶ୍ୱର ମନ୍ଦିର ଠାରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ଏକ ଶୋଭାଯାତ୍ରା ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ।

ଏହି ପ୍ରତିବାଦ ସଭାରେ ଏ.ଆଇ.ୱାଇ.ଏଫ. ର ଜାତୀୟ ଉପସଭାପତି ଅବକାଶ ସାହୁ, ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାୟକ, ସମ୍ପାଦକ ହୃଦାନନ୍ଦ ଦେହୁରୀ, ତିଳୋତ୍ତମା କଁହର, ଲକ୍ଷ୍ମୀ ପୃଷ୍ଟି, ସୁନୀତା ପ୍ରଧାନ, ଶଶାଙ୍କ ପୃଷ୍ଟି, ଅନୀଲ କୁମାର ପ୍ରଧାନ, ଅରବିନ୍ଦ ଭୋକ୍ତା, ଗୀତା ପ୍ରଧାନ, କୌଶଲ୍ୟା ବଗର୍ତ୍ତୀ, ଲକ୍ଷ୍ମୀ ରଣା ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଆୟୋଜନ କରିବା ସହ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ସହ ତୁରନ୍ତ ଅନୁମତିପତ୍ର ପ୍ରତ୍ୟାହାର ନିମିତ୍ତ ଦାବୀ କରାଯାଇଥିଲା ।

Popular Articles