ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

0
125
ଆତ୍ମହତ୍ୟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୦୬/୦୮) : ଶୁକ୍ରବାର ସଂଧ୍ୟା ପ୍ରାୟ ୫ ଟା ୪୫ ମିନିଟ ସମୟରେ ଲୋଇସିଂହା ରୁ ବଲାଙ୍ଗୀର ପଟକୁ ଯାଉଥବା ଇସ୍ପାତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକଙ୍କ ଜୀବନ ଯାଇଛି ।

ବଲାଙ୍ଗୀର ସହର ସନ୍ନିକଟ ବେହେରାପାଲି ଠାରେ ଏହି ଘଟଣା ଘଟିଥିଲା । ମୃତ ଯୁବକଙ୍କ ନାମ ଜୟନ୍ତ ଖର୍ସେଲ (୨୬) ଓ ସେ ପାଟଣାଗଡ଼ ବ୍ଲକ କୁତମୁଣ୍ଡା ଗାଁ ର ବାସୀନ୍ଦା ବୋଲି ଜଣାପଡିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ନା ଅନ୍ୟ କିଛି କାରଣ ରହିଛି । ସେ ନେଇ ଜିଆର୍‌ପି ପୋଲିସ ସବିଶେଷ ଘଟଣା ର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।