Advertisements
Tuesday, June 2, 2020
Home Children Issue ଅଧପନ୍ତରିଆ ସ୍କୁଲ ଘର, ଓଟିଏଲପି ଗୃହରେ ଚ଼ାଲିଛି ପିଲାଙ୍କ ପାଠ

ଅଧପନ୍ତରିଆ ସ୍କୁଲ ଘର, ଓଟିଏଲପି ଗୃହରେ ଚ଼ାଲିଛି ପିଲାଙ୍କ ପାଠ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୨୪/୭): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଂଚାୟତ ଗେରଡନଭଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓଟିଏଲପି ଗୃହରେ ଚ଼ାଲିଛି ପିଲାଙ୍କ ପାଠପଢା | ଏହି ପ୍ରାଥମିକ ବିଦ୍ୟାଳୟରେ ୨୨ଜଣ ଛାତ୍ର ଛାତ୍ରୀ ପ୍ରଥମଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଛନ୍ତି |

ଶିକ୍ଷକ ଅଛନ୍ତି ଦୁଇଜଣ ହେଲେ ଗୋଟିଏ ଗୃହରେ ଚ଼ାଲିଛି ପାଠପଢା | ସ୍କୁଲ ଘର ନିର୍ମାଣ ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୮ ବର୍ଷ ଆଗରୁ ଡିପିଇପି ତରଫରୁ ଟଙ୍କା ଆଶିଥିଲା | କାମଟି ଆରମ୍ଭ ହେଲା ଏବଂ ଛାତ ଲେବଲ କାମ ହୋଇ ରହିଗଲା | କାମଟି ସମ୍ପୂର୍ଣ୍ଣ ନ ହେବାରୁ ବାରମ୍ବାର ସରକାରଙ୍କ ନିକଟକୁ ଲିଖିତ ଅଭିଯୋଗ କଲେ | ହେଲେ କାମଟି ନ ସରିବାରୁ ବାଧ୍ୟ୍ୟ ହୋଇ ଗେରଡନଭଟା ଗ୍ରାମରେ ଥିବା ଏକ ଓଟିଏଲପିର ଗୋଟିଏ ଗୃହ ମାଗି ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢାଉଥିବା ପ୍ରଧାନ ଶିକ୍ଷକ ଶ୍ରୀ ଜୟରାମ କରକରିୟା ଓ ଅରଖିତ ରଣା କହିଛନ୍ତି | ତୁରନ୍ତ ଅଧପନ୍ତରିଆ ହୋଇ ପଡିରହିଥିବା ସ୍କୁଲ କାମଟି କରିବା ନିମନ୍ତେ ଉପରିସ୍ତ ପ୍ରଶାସନ କୁ ନିବେଦନ କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: