ପଞ୍ଚମ ଶ୍ରେଣୀ ର ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ

0
198
ପଞ୍ଚମ ଶ୍ରେଣୀ

ରିପୋର୍ଟ : ସୁଶାନ୍ତ କୁମାର ବେହେରା
ବୌଦ୍ଧ, (୦୪ /୦୮) : ଅଭାବନୀୟ ଘଟଣା ଘଟିଯାଇଛି ପଞ୍ଚମ ଶ୍ରେଣୀ ର ନାବାଳିକା ଉପରେ । ବୌଦ୍ଧ ଜିଲ୍ଲା ର ବାଉଁଶୁଣି ଥାନା ବହିରା ପଞ୍ଚାୟତ ଅନ୍ତର୍ଗତ ତାଳପଡା ଗ୍ରାମରେ ପଞ୍ଚମ ଶ୍ରେଣୀ ର ନାବାଳିକାଙ୍କୁ ଦୁଷ୍କର୍ମ ନେଇ ବାଉଁଶୁଣି ଥାନାରେ ଅଭିଯୋଗ ।

ସୂଚନା ଅନୁଯାୟୀ ଗତକାଲି ୬ ଘଣ୍ଟା ସମୟରେ ବାପା ମାଁ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ସେହି ଗ୍ରାମ ର ୨୧ ବର୍ଷୀୟ ଅଭିଯୁକ୍ତ ସରୋଜ ରଣବିଡା ପଞ୍ଚମ ଶ୍ରେଣୀ ର ନାବାଳିକା ଝିଅକୁ ଦୁଷ୍କର୍ମ କରି କାହାକୁ ନକହିବା କୁ ଝିଅ କୁ କହିଥିଲେ ଯଦି କହିବୁ ଜୀବନରେ ମାରିଦେବି ବୋଲି ଝିଅକୁ ଧମକ ଦେଇଥିଲେ ।

ଏହାପରେ ଝିଅ ବାପାମାଙ୍କୁ ନ କହି ଚୁପ ଥିଲା ଦେହ ଅସୁସ୍ଥ ହେବାରୁ ଆଜି ସବୁକଥା ବାପା ମାଁଙ୍କୁ ଝିଅ କହିଲା ଏହାପରେ ଆଜି ନାବାଳିକା ଝିଅକୁ ଧରି ପ୍ରଥମେ ବାଉଁଶୁଣି ମେଡ଼ିକାଲ କୁ ନେଇଥିଲେ । ହେଲେ ବାଉଁଶୁଣି ମେଡ଼ିକାଲରେ ପୋଲିସ ନ ଆସିଲେ ଟିଟମେଂଣ୍ଟ କରିବାକୁ ମନା କରିଦେଇଥିଲେ ।

ଏହାପରେ ବାଉଁଶୁଣି ଥାନାରେ ଆସି ଲିଖିତ ଅଭିଯୋଗ ପରେ ପୋଲିସ ପକ୍ଷରୁ ତତ୍ପରତା ଦେଖାଇ ଅଭିଯୁକ୍ତକୁ ଗିରଫ କରିବା ସହିତ ନାବାଳିକା ଝିଅକୁ ଡାକ୍ତରୀ ମଇନା ପରେ ସି ଡବ୍ଲ୍ୟୁ ସି କୁ ହସ୍ତାନ୍ତର କରାଯିବ ବୋଲି ବାଉଁଶୁଣି ଏ ଏସ ଆଇ ସସ୍ମିତା ମଗର କହିଛନ୍ତି । ଏ ଏସ ଆଇ ସସ୍ମିତା ମଗର ମନମୁଣ୍ଡା ଥାନା ରୁ ବାଉଁଶୁଣୀ ଥାନା କୁ ଟାନସ୍ଫର ହୋଇ ଆସୁ ଆସୁ ମଗର ମାଡମ୍ ଙ୍କ ସଫଳ କେସ କରିଛନ୍ତି ।