Friday, March 29, 2024

Top 5 This Week

Related Posts

ଡାଇରିଆ ଅଞ୍ଚଳ ଗସ୍ତ କଲେ ଆଇନ ମନ୍ତ୍ରୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୫/୮) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ଓ ବୁଡ଼ାଗୁଡା ପଞ୍ଚାୟତରେ ଲାଗି ରହିଥିବା ଡାଇରିଆ ଅଞ୍ଚଳ କୁ ଆଜି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତ କରିଛନ୍ତି ।

ଡାଇରିଆ ଅଞ୍ଚଳ ଗସ୍ତ କଲେ ଆଇନ ମନ୍ତ୍ରୀ । ସେ ପ୍ରଥମେ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସେଠାରେ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ତିନି ଜଣ ଶିକରପାଇ ଗାଁ ର ସୁରେଶ କନ୍ଧପାଣି ୨୦, ଜନମନ ପ୍ରଧାନ ୪୦, ଶିକପାଇ ଗାଁ ର ହାପି ତିଆକା (୫୦) ରୋଗୀଙ୍କ ସାକ୍ଷାତ କରି ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ । ଡାକ୍ତର ସତ୍ୟଜିତ ବେହେରା ଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ଶିକରପାଇରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହା ପରେ ବୁଡ଼ାଗୁଡା ପଞ୍ଚାୟତ ର ଗୁରୁତୁଲୀ ଗାଁ କୁ ଯାଇ ସମସ୍ତ ବିଷୟ ଦେଖିବା ପରେ ସେଠାର ଲୋକମାନଙ୍କୁ ପାଣି ଫୁଟାଇ ଥଣ୍ଡା କରି ବ୍ୟବହାର କରିବା, ସାବୁନରେ ହାତ ଧୋଇବା, ପ୍ରଚୁର ପରିମାଣରେ ପାଣି ପିଇବା, ଗରମ ଖାଦ୍ୟ ଖାଇବା ଭଳି ବିଭିନ୍ନ ବିଷୟରେ ସଚେତନତା କରିଥିଲେ ।

ମନ୍ତ୍ରୀ ଗସ୍ତ ସମୟରେ ବିଡ଼ିଓ ତାପସ କୁମାର ଭୋଇ, ଏସ ଆଇ ସଞ୍ଜୟ କୁମାର ମୁର୍ମୁ, ବ୍ଲକ ବିଜେଡି ଦଳ ର ସଭାପତି ସୁନ୍ଦର ରାଓ ବାଗ, ଜିଲ୍ଲା ପରିଷଦ ଭି. ୱାରାପ୍ରସଦ ରାଓ, ଏମ୍ ଧର୍ମେନ୍ଦ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା କାଡ୍ରାକା, ସମେତ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ ।

Popular Articles