Related Contents

ଘରେ ପଶି ଲୁଟ ଉଦ୍ୟମ, ମହିଳାଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୪/୦୭): ଦ୍ୱିପହରରେ ଘରେ ପଶି ମହିଳାଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ କରିଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ରାୟଗଡା ସହର ସ୍ଥିତ ସାଇପ୍ରିୟା ନଗର ୪ର୍ଥ ଗଳିର ଗୁରୁ ନାଇଡୁଙ୍କ ଘରେ ।

ସୂଚନା ଅନୁଯାୟୀ ଦିନ ୧୨ଟା ସମୟରେ କିଛି ଦୁର୍ବୁତ୍ତ ଗୁରୁ ନାଇଡୁଙ୍କ ଘରେ ପଶି ଥିଲେ । ତାଙ୍କ ପତ୍ନୀ ରୋଷେଇ ଘରେ ରୋଷେଇ କରୁଥିବା ସମୟରେ ଦୁର୍ବୁତ୍ତମାନେ ପ୍ରଥମେ ଏକ ରୁମରେ ଥିବା କିଛି ଟଙ୍କା ନେଇଥିଲେ । ଏହା ପରେ ମହିଳାଙ୍କ ବେକରେ ଥିବା ସୁନାଚେନ ଛଡ଼ାଇବା ପାଇଁ ଉଦ୍ୟମ କରି ଆକ୍ରମଣ କରିଥିଲେ । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଥିବା ବେଳେ ମହିଳା ଜଣକ ଜଣଙ୍କର ହାତକୁ କାମୁଡି ଦେଇ ପାଟି କରିବାରୁ ଦୁର୍ବୁତ୍ତମାନେ ସେଠାରୁ ଦୌଡ଼ି ଚାଲିଯାଇଥିଲେ । ଦୁର୍ବୁତ୍ତଙ୍କ ଆକ୍ରମଣରେ ମହିଳାଙ୍କ ଦେହରେ ଅନେକ ଜାଗାରେ ଆଘାତ ଲାଗିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସିଙ୍କ ମନରେ ଏକପ୍ରକାର ଭୟ ସୃଷ୍ଟି ହୋଇଥିବା ବେଳେ ନିଜକୁ ନିଜେ ଅସୁରକ୍ଷିତ ମନେ କରୁଛନ୍ତି । 

Comments are closed.