ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରଣୀ ନିମକା ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

0
359
ଉପଖଣ୍ଡ ସୂଚନା

ରିପୋର୍ଟ : ଗୋପୀନାଥ ଗୌଡ଼

ରାୟଗଡ଼ା, ତା (୫/୦୮) : ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରଣୀ ନିମକାଙ୍କ ଗୁଣପୁରରୁ ବ୍ରହ୍ମପୁରକୁ ବଦଳି ହୋଇଥିବା ଯୋଗୁଁ ଆଜି ରାୟଗଡ଼ା ସଂସ୍କୃତି ଭବନ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଅତିଥି ଭାବେ ଯୋଗ ଦେଇଥିଲେ । ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ନିମକା ୨୦୧୬ ରେ ଯୋଗଦାନ କରିବାପରେ ଆଜି ପର୍ଯ୍ୟନ୍ତ ଉପଖଣ୍ଡ ସ୍ତରୀୟ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପାଦନ କରିଥିବା ଯୋଗୁ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ ।
ଚାକିରୀ ଜୀବନରେ ବଦଳି ଏକ ପ୍ରକ୍ରିୟା ଏଣୁ ବ୍ରହ୍ମପୁର ଭଳି ସ୍ଥାନକୁ ବଦଳି ହୋଇଥିବା ଯୋଗୁଁ ନିଜର ଅଧିକ ଦକ୍ଷତା ପ୍ରକାଶ କରିବାର ସୁଯୋଗ ମିଳିବ ବୋଲି କହିଥିଲେ । ସରକାରୀ ଚାକିରୀ ଓ ଅଧିକାରୀ ଭାବେ ପ୍ରଥମେ ଗୁଣପୁରରେ ଯୋଗଦାନ କରି ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟ ଓ ଜିଲ୍ଲା ର ଜାତୀୟ ଉତ୍ସବ, ବିଭିନ୍ନ କାର୍ଯ୍ୟକ୍ରମ କିପରି ସୁଚାରୁ ରୁପେ ସମ୍ପାଦନ ହୋଇ ପାରିବ ସେଥିପାଇଁ ସବୁବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଠାରୁ ସମସ୍ତ କର୍ମଚାରୀ ଯେଉଁ ସହଯୋଗ କରିଥିଲେ ସେଇଥି ପାଇଁ ସମସ୍ତଙ୍କୁ ନିମକା ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ପ୍ରକ୍ଷେପକ ପୀତବାସ ବିଶ୍ୱାଳ, ବଡ଼ବାବୁ ରାମଚନ୍ଦ୍ର ପାତ୍ର, ଗ୍ରନ୍ଥାଗାରିକ ଡମ୍ବରୁଧର ପଣ୍ଡା, ଧନଞ୍ଜୟ ବେହେରା, କ୍ଷୀପ୍ର ଲିପିକ, କୁମୁଦିନୀ ମିଶାଲ, ସଞ୍ଚାଳକ, ସମ୍ରାଟ ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ମୁନିଗୁଡା ନ୍ୟୁଜ ର ସମ୍ପାଦକ ଗଣେଶ୍ୱର ରାଓ, ଅନନ୍ତ ପାତ୍ର, ଶ୍ରୀକାନ୍ତ ବିଶ୍ୱାଳ, ଜଗୁଳୁ ମlଣ୍ଡlଙ୍ଗୀ, ସଂସ୍କୃତି କାର୍ଯ୍ୟାଳୟର ମାରିଆ କିରୋ, ପ୍ରଦୀପ ମାଲ ବିଶାୟୀ, କାହ୍ନୁ ଚରଣ ପ୍ରଧାନ, ଅଜିତ ପଣ୍ଡା, କବିର ସଗଡ଼ିଆ ପ୍ରମୁଖ ଯୋଗ ଦେଇଥଲେ ।