Related Contents

ମୋଟରସାଇକେଲ ଦୁର୍ଘଟଣା, ମହିଳା ମୃତ

ରିପୋର୍ଟ: ଜଗବନ୍ଧୁ ସାହୁ
ସୋହେଲା (୨୩/୦୭): ବରଗଡ଼ ଜିଲ୍ଲା ଘେଁସ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣାରେ ଜଣେ ଝିଅପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ପିଲା ଅଳ୍ପକେ ବର୍ତ୍ତିଯାଇଛନ୍ତି । ମୃତ ଜଣକ ବରଗଡ଼ ନୂଆପଡ଼ା ୱ।ର୍ଡ଼ ନଂ.୭ରେ ରହୁଥିବା ଶୋଭାରାମ ଦାଶଙ୍କ ଝିଅ କିରନବାଲା ଦାଶ (୨୫) ଏବଂ ଅନ୍ୟ ଦୁଇଜଣ ଯାକ ମୋଟରସାଇକେଲ ଆରୋହୀ ସାଜିତ ଖାଁ ଓ ପ୍ରତାପ ବରିହା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ପୂର୍ବାହ୍ନରେ ସାଜିତ ଓ ପ୍ରତାପଙ୍କ ସହିତ ମୋଟରସାଇକେଲରେ କିରନବାଲା ଘେଁସ ନିକଟସ୍ଥ ବାଟତେର୍ମା ସ୍ଥିତ ମାଁ ମାଉଳୀ ମନ୍ଦିରକୁ ଦେବୀ ଦର୍ଶନ ପାଇଁ ଯାଇଥିବା ବାଟରେ ଘେଁସ ପେଟୁପାଲି ମଧ୍ୟବର୍ତ୍ତୀ ଅଞ୍ଚଳ ବଡ଼ଯୋର ନିକଟରେ ଗୋରୁପଲ ସହିତ ଧକ୍କା ହୋଇଥିଲେ । ମୋଟରସାଇକେଲ ପଛପଟେ ବସିଥିବା କିରନବାଲା ତଳେ ପଡିଯାଇ ମୁଣ୍ଡରେ ଆଘାତ ପାଇଥିଲେ । ତାଙ୍କୁ ସୋହେଲା ଡାକ୍ତରଖାନାକୁ ନିଆଯାଇଥିଲା । ବୁର୍ଲା ଡାକ୍ତରଖାନା ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ମେଲଛାମୁଣ୍ଡା ଥାନାରେ ସଡ଼କ ଦୁର୍ଘଟଣା ନାମରେ ଏକ ମାମଲା ରୁଜୁ କରି ଶବକୁ ପଞ୍ଚନାମା ପାଇଁ ପଠାଯାଇଥିବା ବେଳେ ଏ.ଏସ୍.ଆଇ. ଶ୍ରୀଯୁକ୍ତ ନରେନ୍ଦ୍ର ପଣ୍ଡା ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Comments are closed.