Related Contents

ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ନୂତନ ପଦକ୍ଷେପ ପାଇଁ ଜନ୍ମଦିନ ଶୁଭେଚ୍ଛା

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ  
ରାୟଗଡ଼(୨୩/୦୭): ଗତ କିଛି ଦିନ ତଳେ ଗଜପତି ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧ୍ୟକ୍ଷ ଶାରା ଶର୍ମା ନିଜେ ସଂଗୀତ ଗାନ କରିଥିଲେ | ଏହି ସଂଗୀତ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ସହ ସମାଜରେ ଲୋକଙ୍କୁ ଉଚିତ ନ୍ୟାୟ ଦେବା ସହିତ ପୋଲିସ ଲୋକଙ୍କ ନିକଟତର ହୋଇ ପାରିଛି |

ତାଙ୍କରି ଏହି ବଳିଷ୍ଠ ଉଦ୍ୟମ ପାଇଁ ଆଜି ତାଙ୍କରି ଜନ୍ମ ଦିନ ଅବସରରେ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଚଳିତ ବର୍ଷ ଭଳି ଶତ ଶତ ଜନ୍ମ ଦିବସ ପାଳନ କରୁଥାନ୍ତୁ; ଜଗନ୍ନାଥ ନିକଟରେ ଏହାହିଁ ଆମର କାମନା । ପୂର୍ବ ଜନ୍ମ ଦିବସ ମଧ୍ୟରେ ନୂଆ ପଦକ୍ଷେପ ଗ୍ରହଣ କରି ଓଡ଼ିଶା ଇତିହାସରେ ଆପଣ ଯେମିତି ସ୍ଥାନ ନେଇଛନ୍ତି ଠିକ୍ ସେହି ଭଳି ଆଗାମୀ ଦିବସ ଗୁଡ଼ିକରେ ନୂଆ ନୂଆ ପଦେକ୍ଷପମାନ ନେଇ ଓଡ଼ିଶା ବାସୀଙ୍କ ଦୃଦୟ ଜିତିବାର ପଥକୁ ଇଶ୍ଵର ସୁଗମ୍ୟ କରନ୍ତୁ । ଆପଣଙ୍କ ପାଇଁ ଆଜି ପାରଳା ଆରକ୍ଷୀ ବିଭାଗ ରାଜ୍ୟ ଦରବାରରେ ଯେଉଁ ଭଳି ଶୀର୍ଷ ସ୍ଥାନଟିଏ ପାଇ ଲୋକଲୋଚନକୁ ଆସିପାରିଛି ସେହିଭଳି ଆଗାମୀ ଦିନରେ ଆପଣଙ୍କ କାର୍ଯ୍ୟରତ ଜିଲ୍ଲା ଗୁଡ଼ିକ ଜନ ମାନସ ପଟରେ ଲିପି ବଦ୍ଧ ହୋଇ ରହୁ ଏହାହିଁ ଆମ କାମନା ।

Comments are closed.