ବର୍ଷା ନାହିଁ, ମରୁଡି ଆଶଙ୍କାରେ ଚାଷୀ ହତାଶ

ରିପୋର୍ଟ: ମାଧବ ସାହୁ
ଆଗଲପୁର(୨୩/୦୭): ଆଷାଢ଼ ଯାଇ ଶ୍ରବଣ ହେଲାଣି ବର୍ଷାର ଦେଖା ନାହିଁ | ଅନେକ ଚାଷୀ ଆଷାଢ଼ ଆରମ୍ଭରୁ ଧାନ ପଲ୍ଲାହ ସବୁ ମାଟିରେ ପକାଇ ଦେଇ ସାରିଛନ୍ତି | ପ୍ରଥମ ବର୍ଷାରେ କିନ୍ତୁ ସବୁ ଧାନ ପଲ୍ଲାହ ଗୁଡିକ ପାଣି ଅଭାବରୁ ସବୁ ମରିବାକୁ ଲାଗିଲାନି |

ପ୍ରତ୍ୟେକ ଗାଁ ଗୁଡିକ ରେ ଥିବା ପୋଖରୀ, ବନ୍ଧ, ନାଳ, ନର୍ଦ୍ଦମା ରେ ପାଣି ଖରା ମାସରୁ ଶୁଖିଯାଇଛି | ଏପରିକି ଅନେକ ଗାଁ ଗୁଡିକରେ ଗାଧୋଇବା ପାଇଁ ମଧ୍ୟ ପାଣି ନାହିଁ | ଚାଷୀ ହେଉଛି ଦେଶର ମେରୁଦଣ୍ଡ | ଚାଷୀ ଉଚ୍ଚ ଦରରେ ଧାନ ବିହନ କିଣି ଧାନ ପଲ୍ଲାହ ପକାଇଛି କିନ୍ତୁ ଧାନ ପଲ୍ଲାହ ସବୁ ପାଣି ଅଭାବରୁ ମାଟିରେ ଫାଟ ସୃଷ୍ଟି ହୋଇଗଲାଣି | ଆଉ ୨ଦିନ କି ୩ଦିନ ମଧ୍ୟରେ ଯଦି ବର୍ଷା ନ ହୁଏ ତେବେ ସମସ୍ତ ଆଗଲପୁର ବ୍ଲକ ଅଂଚଳରେ ମରୁଡ଼ିର ସମ୍ଭାବନା ରହିଛି |

କିନ୍ତୁ ଗାଇଖାଇ କ୍ଷୁଦ୍ର ଜଳସେଚିତ ପ୍ରକଳ୍ପ ଦ୍ୱାରା ପାଣି ବର୍ତ୍ତମାନ ସମୟରେ ପାଣି ପୂର୍ଣ୍ଣ ହୋଇ ରହିଛି, ଯଦି ଗାଇଖାଇ ପ୍ରକଳ୍ପର ତାଲାପଟକୁ ପାଣି ଛଡ଼ାଯାଏ ତେବେ ତଳ ମୁଣ୍ଡରେ ଥିବା ଗାଁ ଗୁଡିକରେ କିଛି ଦିନ ପାଇଁ ଧାନ ବଞ୍ଚାଇ ପାରିବେ | ଏବଂ ଚାଷ କାର୍ଯ୍ୟ କରିହେବ | ଖଲିଆପାଲି, ମୁରଶୁଣ୍ଢୀ,ହରଭଂଗା,ବକଟି,ପାଟୁଆପାଲି,ଅସୁରମୁଣ୍ଡା,ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର, ଅଂଚଳ ମଧ୍ୟ ଚାଷ କାର୍ଯ୍ୟ କରିହେବ | ବର୍ତ୍ତମାନ ବର୍ଷା ନ ହେବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ଏବଂ ବର୍ଷକୁ ଅନେଇଛି |ଚାଷକାର୍ଯ୍ୟ ତଥା ଚାଷୀକୁ ଆଶ୍ୱାସନା ଦେବା ପାଇଁ ସାଲେଭଟା ଗାଇଖାଇ ପ୍ରକଳ୍ପ ଦ୍ୱାରା ଜଳସେଚିତ କରିବା ଆବଶ୍ୟକ | ଯଦି ଆଗାମୀ କିଛି ଦିନ ମଧ୍ୟରେ ପାଣି ନ ଛଡ଼ାଯାଏ ତା ହେଲେ ସମସ୍ତ ଚାଷୀ ମାନେ ସାଲେଭଟା ସ୍ଥିତ ଜଳସେଚନ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି |

Comments are closed.