ବେଆଇନ କଫସିରଫ ଜବତ : ଦୁଇ ଗିରଫ

0
320
ବେଆଇନ କଫସିରଫ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ଼, ତା(୦୪/୦୮) : ବଲାଙ୍ଗୀର ଜିଲ୍ଲା ର ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମରେ ବେଆଇନ ଭାବେ କଫସିରଫ ରଖି ଚୋରା କାରବାର ଚଳାଇ ଆସୁଥିବା କାଳିଆ ଓରଫ ସତ୍ୟବ୍ରତ ପଟେଲ (୪୨) ନାମକ ଜଣେ ବ୍ୟକ୍ତି ଙ୍କ ଘରେ ଚଢ଼ାଉ କରିଥିବା ଜଣା ଯାଇଛି ।

ବେଆଇନ କଫସିରଫ ଗଚ୍ଛିତ ରଖିଥିବା ନେଇ ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ୯୬ ବୋତଲ ଏସକଫ ନାମକ କଫ ସିରଫ ଓ ନିଶା ବଟିକା ଜବତ କରିବା ସହ କାରବାର ଚଳାଉ ଥିବା ଅଭିଯୁକ୍ତ କାଳିଆ କୁ ଗିରଫ କରାଯାଇଛି । ସେହିପରି ବେଲପଡା ଥାନା ବେଲପଡା ଗାଁ ର ଦୂର୍ଗା ମନ୍ଦିର ପଡ଼ାରେ ରହୁଥିବା ମଧୁସ ବାଗ (୪୦) ଘରେ ଚଢ଼ାଉ କରି କଫ ସିରଫ ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରିଥିଲେ । ଜବତ କଫ ସିରଫ ମୂଲ୍ୟ ହାରାହାରି ୬୫ ହଜାର ହେବ ବୋଲି ଥାନା ଅଧିକାରୀ କହିଥିବା ବେଳେ ଖପ୍ରାଖୋଲରେ ଥାନା କେଶ ନଂ ୯୫/୨୨ ୟୁ/ଏସ୍ ଦଫା ୨୭୪,୨୭୫ ରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।