Related Contents

୫୯ନଂ ଜାତୀୟ ରାଜପଥ କଡ଼ରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୨୩/୦୭): କନ୍ଧମାଳ ଜିଲ୍ଲା ବାଲିଗୁଡା କଲେଜ ଘାଟି ନିକଟ ୫୯ନଂ ଜାତୀୟ ରାଜପଥ କଡ଼ରୁ ଜଣେ ଯୁବକଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାରକରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ଅଗ୍ନିଶମ ବାହିନୀ । ମେଡିକାଲରେ ଡାକ୍ତର ସମ୍ପୃକ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୧୦.୩୦ମିନିଟ୍ ସମୟରେ ସେହି ରାସ୍ତାଦେଇ ଯାତାୟତ କରୁଥିବା ଲୋକେ କ୍ଷତାକ୍ତ ଅବସ୍ଥାରେ ରାସ୍ତା କଡ଼ରେ ଜଣେ ଯୁବକ ପଡିଥିବା ଦେଖି ବାଲିଗୁଡା ଅଗ୍ନିଶମ ବିଭାଗକୁ ଖବରଦେଇଥିଲେ । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାରକରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଅଞ୍ଚଳର ପତିତପାବନ ସ୍ବାଇଁ ହୋଇଥିବା ଜଣାପଡିଛି। ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟ ଜିଲ୍ଲାର ଜଣେ ଯୁବକ ସେ ଯାଗାକୁ ଗଲେ କେମିତି ଓ ଏଭଳି ଘଟଣା କିଭଳି ଘଟିଲା ।

ଏହା ଦୁର୍ଘଟଣା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ ପାଉଛି । ସେପଟେ ଖବରପାଇ ବାଲିଗୁଡା ପୋଲିସ ଶବକୁ ଜବତ କରିବାସହ ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ କରି ଘଟଣାର ତଦନ୍ତ ଚଳାଇଛି | ମୃତ ଦେହ ପୋଷ୍ଟ ମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି |

Comments are closed.