ବୃଦ୍ଧାଙ୍କୁ ଚିକିତ୍ସାରେ ଅବହେଳା, କାଶୀପୁର

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର (୨୩/୦୭): କାଶୀପୁର ବ୍ଲକ ସଦରମହକୁମା ସ୍ଥିତ ଗୋଷ୍ଠୀ ଚିକିତ୍ସାଳୟରେ ଅନିୟମିତତା ଏବଂ ଅବ୍ୟବସ୍ଥା ଏଭଳି ମାତ୍ରାରେ ବଢିଛି ଯେ କାଶୀପୁର ର ବୃଦ୍ଧା ପ୍ରତିମା ନାଏକ (୫୦) ଆଜି ସକାଳ ୧୦ଟାରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କୁ ସକାଳୁ କେବଳ ଗୋଟିଏ ଇଞ୍ଜେକ୍ସନ ଓ ସାଲାଇନ ଦେଲାପରେ ସନ୍ଧ୍ୟା ପର୍ଯ୍ୟନ୍ତ ଡାକ୍ତରଙ୍କ ଦେଖା ନ ଥିଲା |

ବୃଦ୍ଧାଙ୍କ ବାନ୍ତି ଏବଂ ମୁଣ୍ଡ ବ୍ୟଥା ହେଉଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୌଣସି ଚିକିତ୍ସା କରାଯାଇନଥିବା ତାଙ୍କ ସମ୍ପର୍କୀୟ ଉଦୟ ନାୟକ କହିଛନ୍ତି |ଏ ଯାବତ ବୃଦ୍ଧା ଅଚେତ ଅବସ୍ଥାରେ ଥିବା ବେଳେ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ରୋଗୀ ମାନଙ୍କୁ ହନ୍ତସନ୍ତ କରୁଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି | ସୂଚନା ଥାଉ କି ଯେ ଏଭଳି ଅବସ୍ଥାରେ ରୋଗୀ ମାନଙ୍କ ଡାକ୍ତରଖାନା ପ୍ରତି ବିଶ୍ୱାସ କମିଯାଉଥିବା ମଧ୍ୟ ସେଠାରେ ଥିବା ରୋଗୀମାନେ ମତବ୍ୟକ୍ତ କରିଛନ୍ତି | ଏଭଳି ଅବସ୍ଥାରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ଦୃଷ୍ଟି ନିକ୍ଷେପ କରି ଏହାପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରୋଗୀ ମାନଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ନିବେଦନ କରିଛନ୍ତି |

Comments are closed.