ଜି. ଆଇ. ଇ. ଟି. ବିଶ୍ୱବିଦ୍ୟାଳୟରେ ଖୋଲିଲା ବି.ଏସସି ନର୍ସିଂ ପାଠ୍ୟକ୍ରମ

0
116
ଜି. ଆଇ. ଇ.

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୪/୮) : ସ୍ଥାନୀୟ ଜି. ଆଇ. ଇ. ଟି. ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ଚଳିତ ବର୍ଷ ଠାରୁ ନୂତନ କରି ବି.ଏସସି ନର୍ସିଂ ପାଠ୍ୟକ୍ରମ ଆରମ୍ଭ ହୋଇଛି ।

ଓଡ଼ିଶା ନରସେସ ଏଣ୍ଡ ମିଡିୱ।ଇଭସ ରେଜିଷ୍ଟ୍ରସନ କାଉନସିଲ (Odisha Nurses & Midwives Registration Council) ପକ୍ଷରୁ ଚଳିତ ଶିକ୍ଷା ବର୍ଷ ୨୦୨୨-୨୩ ରେ ବି.ଏସସି ନର୍ସିଂ ପାଠ୍ୟକ୍ରମ ନିମନ୍ତେ ଜି. ଆଇ. ଇ. ଟି. ବିଶ୍ୱବିଦ୍ୟାଳୟ କୁ ଅନୁମତି ପ୍ରଦାନ କରିଛନ୍ତି । ଉଚ୍ଚ କୋଟି ର ଭିତ୍ତିଭୂମି, ଉଚ୍ଚ ମାନର ଶିକ୍ଷାଦାନ ଯୋଗୁଁ ଇଂଜିନିୟରିଂ, କୃଷିବିଜ୍ଞାନ, ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଗତ ପଚିଶି ବର୍ଷ ଧରି ଯେଉଁ ଉତ୍କୃଷ୍ଟତା ଏହି ଅନୁଷ୍ଠାନ ପ୍ରଦର୍ଶନ କରିଛି, ତାହାରି ଫଳରେ ରାଜ୍ୟ ସରକାର ଏବଂ ନର୍ସିଂ କାଉନସିଲ ଏହି ବିଶ୍ଵବିଦ୍ୟାଳୟ କୁ ଏହି ପାଠ୍ୟକ୍ରମ ନିମନ୍ତେ ଓ.ଏନ.ଏମ.ଆର.ସି. ପତ୍ର ନଂ- ୨୩୯୯ ତା -୦୩/୦୮/୨୦୨୨ ଦ୍ୱାରା ବି.ଏସସି ନର୍ସିଂ ପାଠ୍ୟକ୍ରମ ପାଇଁ ୬୦ ସିଟ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ଏହା ଜାଣି ଅବିଭାବକ ମହଲରେ ଆନନ୍ଦ ର ବାତାବରଣ ସୃଷ୍ଟି ହୋଇଛି । ପୂର୍ବରୁ ଏହି ଅଞ୍ଚଳ ର ଛାତ୍ରଛାତ୍ରୀ ମାନେ ବହୁ ଦୂରଦୁରାନ୍ତ ଯାଇ ଏହି ପାଠ ପଢୁଥିଲେ, ବର୍ତ୍ତମାନ ନିଜ ଜାଗାରେ ଏହି ସୁବିଧା ପାଇବେ । ଏହି ବିଶ୍ୱବିଦ୍ୟାଳୟରେ ଯେଉଁ ଉଚ୍ଚ କୋଟି ର ଶିକ୍ଷାଦାନ ସହ ନିଯୁକ୍ତି ସୁଯୋଗ କରାଯାଉଛି ସେହିପରି ଏହି ବି.ଏସସି ନର୍ସିଂ ର ଛାତ୍ରଛାତ୍ରୀ ମାନଙ୍କୁ ସେହିପରି ଉଚ୍ଚ ମାନର ଶିକ୍ଷାଦାନ କରାଯିବା ସହ ଦେଶ ବିଦେଶରେ ନିଯୁକ୍ତି କରାଯିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଆଶା ରଖିଛନ୍ତି ।

ଏହି ଅବସରରେ ରାଜ୍ୟ ସରକାର ଓ ନର୍ସିଂ କାଉନସିଲ କୁ ବିଶ୍ୱବିଦ୍ୟାଳୟ ର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା, ମହା ନିର୍ଦ୍ଦେଶକ ଡ଼. ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଡ଼. ଏନ.ଭି .ଜେ. ରାଓ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି । ଚଳିତ ବର୍ଷ ବି.ଏସସି ନର୍ସିଂରେ ଆଡମିଶନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଥିବା ସହ ଆସନ୍ତା ସେପ୍ଟେମ୍ବର ମାସରେ ପାଠପଢା ଆରମ୍ଭ କରାଯିବା ନେଇ ଅନୁଷ୍ଠାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।