Related Contents

ଅଙ୍ଗନବାଡି ସେଣ୍ଟରକୁ ଯାଉ ନାହାନ୍ତି ଅଙ୍ଗନବାଡି କର୍ମୀ, ପାଚିକା ଦରମା ପାଉନି ବର୍ଷେ ହେଲାଣି

ରିପୋର୍ଟ: କୈଲାସ ମାଳବିଶୋୟୀ
ଚନ୍ଦ୍ରପୁର (୨୩/୦୭): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବୁଡୁବାଲି ପଂଚାୟତ କାମାରଗୁଡି ଗ୍ରାମକୁ ଯାଉ ନାହାନ୍ତି ଅଙ୍ଗନବାଡି କର୍ମୀ ବୋଲି ଅଭିଯୋଗ ହୋଇଛି | ଆଜକୁ ପ୍ରାୟ ୫ମାସ ହେବ ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କୁ ମିଳୁନି ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ଚ଼ୁନା, ଅଣ୍ଡା ଓ ସୁଜି | ଛୋଟ ପିଲା ମାନଙ୍କୁ ମଧ୍ୟ୍ୟ ମିଳୁନି ଅଙ୍ଗନବାଡି ଖାଦ୍ୟ |

ଏହି ସମସ୍ୟାକୁ ନେଇ ଚନ୍ଦ୍ରପୁର ସମନ୍ବିତ ଶିଶୁ ବିକାଶ କେନ୍ଦ୍ରକୁ ଭାରପ୍ରାପ୍ତ ସିଡିପିଓ ଶ୍ରୀମତୀ ମିନାକି ସାହୁଙ୍କୁ ଭେଟିବା ପାଇଁ ଯାଇଥିଲେ | କିନ୍ତୁ ସେ ଚନ୍ଦ୍ରପୁରରେ ରହୁ ନ ଥିବା ପାଚ଼ିକା ଶ୍ରୀ ପ୍ରଭାକର ପାତ୍ର କହିଥିଲେ | ଏବଂ ପାଚିକା ଜଣକ କହିଥିଲେ ଅଫିସ ଠାରେ ତ କୋଣସି ଅଫିସ କର୍ମଚାରୀ ରହୁ ନାହାନ୍ତି | କିମ୍ବା ମୋର ଦରମା ମଧ୍ୟ ଆଜକୁ ପ୍ରାୟ ଏକ ବର୍ଷ ହେଲାଣି ମିଳୁନାହିଁ | ଦରମା କରିଦେବା ନିମନ୍ତେ ବାରମ୍ବାର କହିଲେ ମଧ୍ୟ୍ୟ ମିଳୁ ନାହିଁ ବୋଲି ଶ୍ରୀ ପାତ୍ର କହିଛନ୍ତି |ଆଉ ତୁମେ ଆସି ଏଠରେ କାହାକୁ ଭେଟିବ ବୋଲି ପ୍ରକାଶ କରିଥିଲେ |

ଏଣୁ ପ୍ରଶାସନ କାମାରଗୁଡି ଅଙ୍ଗନବାଡି କେନ୍ଦ୍ରକୁ ଦୃଷ୍ଟି ଦେଇ ପିଲାମାନଙ୍କୁ, ଗର୍ଭବତୀ ଓ ପ୍ରସୁତି ମହିଳାମାନଙ୍କୁ ଠିକ ଭାବରେ ଖାଦ୍ୟଯୋଗାଇ ଦେବା ନିମନ୍ତେ କାମାରଗୁଡି ଗ୍ରାମର ଶ୍ରୀ ମରନ୍ନ କହିଛନ୍ତି |ଠିକ ଭାବରେ ଯୋଗାଇ ନ ଦେଲେ ଆଗାମି ଦିନରେ ଅଙ୍ଗନବାଡି ଗୃହକୁ ତାଲା ପକାଇବା ନିମନ୍ତେ ଚେତାବନୀ ଦେଇଛନ୍ତି |

Comments are closed.