ଟୀକା ଦେବା ପରେ ୪୫ ଦିନ ର ଶିଶୁ ର ମୃତ୍ୟୁ : ପରିବାର ଲୋକଙ୍କ ଅଭିଯୋଗ

0
249
ଟୀକା ଦେବା ପରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୪/୮) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗାଁ ର ମୋନଜ କୌଶଲ୍ୟାଙ୍କ ୪୫ ଦିନ ର ଶିଶୁ ପୁତ୍ରକୁ ଟୀକା ଦେବା ପରେ ମୃତ୍ୟୁବରଣ କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।WhatsApp Image 2022 08 04 at 3.41.59 PM ଟୀକା ଦେବା ପରେ ୪୫ ଦିନ ର ଶିଶୁ ର ମୃତ୍ୟୁ : ପରିବାର ଲୋକଙ୍କ ଅଭିଯୋଗ

ଖବର ନେବାରୁ ଜଣାପଡିଲା ଯେ ଗତକାଲି ନାରାୟଣପୁର ସେକ୍ଟର ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କେନ୍ଦ୍ରକୁ ଆସି ଠାରୁ ୫ ବର୍ଷ ଶିଶୁ ମାନଙ୍କୁ ଓଜନ କରି ମିଳିମିଳା, ବୁଷ୍ଟ, ପୋଲିଓ, ଆଇପିବି,ପିବି, ପିସିବି ଟୀକା ଦିଆଯାଇଥାଏ । କିନ୍ତୁ ଟୀକା ଦେବା ପରେ ୪୫ ଦିନ ର ଶିଶୁ ର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ପ୍ରତି ମାସ ପରି ଚଳିତ ମାସ ର ବୁଧବାର ଦିନ ଇଞ୍ଜେକ୍ସନ ଦିଆଯାଏ । କେନ୍ଦୁଗୁଡା ଗାଁ ର ଶିଶୁ ମାନଙ୍କୁ ମଧ୍ୟ ଅଙ୍ଗନବାଡି ଦିଦି ଖବର ଦେଇଥିଲେ । ଖବର ପାଇ ଟୀକା ନେବା ପାଇଁ । ମୋନଜ କୌଶଲ୍ୟା ଙ୍କ ପତ୍ନୀ ପଦ୍ମା କୌଶଲ୍ୟା ଦ୍ୱିତୀୟ ସନ୍ତାନ ୪୫ ଦିନ ର ଶିଶୁ ଆଇପିବି,ପିବି, ପିସିବି ଟୀକା ଦେବା ପାଇଁ ସେକ୍ଟର କୁ ନେଇଥିଲେ । ଟୀକା ଦେବା ପରେ ଶିଶୁଟି ଝାଉଁଳି ପଡି ମାଆ ଖୀର ପିଇ ନଥିଲା ।

ରାତ୍ରରେ ବହୁତ ଛଟପଟ ହେବାପରେ ଗୁରୁବାର ଦିନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ବେଳେ ଶିଶୁ ପୁତ୍ର ର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉ କି ଗତ ଜୁନ ମାସ ୯ ତାରିଖ ଦିନ ଉକ୍ତ ପଞ୍ଚାୟତ ର ବଡ ତୋଡ୍ରା ଗାଁ ର ହେମନ୍ତଙ୍କ ପତ୍ନୀ କାଡ୍ରାକା ପୁଷ୍ପା ଙ୍କ ଦୁଇ ମାସ ର ଶିଶୁ ମଧ୍ୟ ଟୀକା ଦେବା ପରେ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ବହୁ ସମସ୍ୟା ହୋଇଥିଲା ।

ଏ ସମ୍ପର୍କରେ ଡାକ୍ତର ନିର୍ମାଲ୍ୟ କୁମାର ଗିରି ଙ୍କୁ ପଚାରିବାରୁ ସେ କହିଲେ ଶିଶୁକୁ ଆଣିବା ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । ଟୀକା ଦେବା ପରେ ଶିଶୁ ର ମୃତ୍ୟୁ ହୋଇଥିବା ଅଭିଯୋଗ କରୁଥିବା ବୋଲି ପଚାରିବାରୁ ତାହାର ତଦନ୍ତ ପରେ ଜଣା ପଡିବ ବୋଲି କହିଛନ୍ତି । ଉକ୍ତ ଖବର ପାଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ବିବେକାନନ୍ଦ ମହାପାତ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ମାଝୀ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ପ୍ରେମଲତା ପାଣିଗ୍ରାହୀ, ବିପିଓ କୈଳାସ ନାୟକ ପ୍ରମୁଖ ପହଞ୍ଚି ଘଟଣା ବିଷୟରେ ଆଲୋଚନା କରିଥିଲେ ।

ଏହାର ସଠିକ ତଦନ୍ତ କରିବା ପରେ ଘଟଣା ର ସତ୍ୟାସତ୍ୟ ଖବର ଜଣା ପଡିବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି । ପରିବାର ପକ୍ଷରୁ କ୍ଷତି ପୂରଣ ଦାବି କରିବା ସହ ମହିଳା ସ୍ୱାସ୍ଥ୍ୟକର୍ମୀ କୁ ତୁରନ୍ତ ବଦଳି କରାଯାଉ ଆମ ପଞ୍ଚାୟତରେ ଏହି ଶିଶୁ ସହ ଦୁଇଟି ଶିଶୁ ର ମୃତ୍ୟୁ ହେଲାଣି । ବିନା ଚିକିତ୍ସାରେ ଶିଶୁ ମାନଙ୍କୁ ଟୀକା ବାହାନାରେ ତିନୋଟି ଲେଖାଏଁ ଇଞ୍ଜେକ୍ସନ ଦେବା ଫଳରେ ଶିଶୁ ମାନଙ୍କ ମୃତ୍ୟୁ ହେଉଛନ୍ତି ବୋଲି ରାମକୃଷ୍ଣ କୌଶଲ୍ୟା କହିଛନ୍ତି ।