ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସଚେତନ କର୍ମଶାଳା

0
280
ସଚେତନ କର୍ମଶାଳା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୮) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ସଦଭାବନା ଗୃହରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଏକ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ବିବରଣୀ ରୁ ଜଣା ପଡ଼ିଛି କି, କାଶୀନଗର ବ୍ଲକରେ ଥିବା ଶତାଧିକ ମହୁଲ ସ୍ୱୟଂ ସହାୟକ ଗୋଷ୍ଠୀ କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି କର୍ମଶାଳା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗ ଓ ଜିଲ୍ଲା ଜୀବିକା ମିଶନ ର ଅଧିକାରୀ ମାନେ ମଞ୍ଚାସିନ ହୋଇ ଉପସ୍ଥିତ ଗୋଷ୍ଠୀ ଙ୍କୁ ଉଦବୋଧିତ କରିଥିଲେ । ବହୁ ମହିଳା ସ୍ୱାବଲମ୍ବୀ ହେବା ପାଇଁ ଆଲୋଚନା ହୋଇଥିଲା ।